ଭାରତୀୟ କ୍ରିକେଟ ଜଗତର ମାଷ୍ଟର ବ୍ଲାଷ୍ଟର ଖେଳାଳି ସଚିନ ତେନ୍ଦୁଲକର କରୋନା ଚିହ୍ନଟ ହୋଇଛନ୍ତି। ଗତ କିଛିଦିନ ତଳେ ସଚିନ କରୋନା ଟିକା ନେଇଥିଲେ। ସଚିନ କରୋନା ହେବା ନେଇ ନିଜେ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି।
— Sachin Tendulkar (@sachin_rt) March 27, 2021
ସଚିନ ଟ୍ବିଟ୍ କରି କହିଛନ୍ତି କି, କିଛି ଦିନ ତଳେ କିଛି ସାଧାରଣ ଲକ୍ଷଣ ଦେଖାଦେଇଥିଲା। ସେ ଟେଷ୍ଟ କରିବା ପରେ ଆଜି ତାଙ୍କର ପଜିଟିଭି ରିପୋର୍ଟ ଆସିଛି। ବାକି ଘର ଲୋକଙ୍କର ରିପୋର୍ଟ ନେଗେଟିଭ ରହିଛି। କରୋନା ପଜିଟିଭି ଚିହ୍ନଟ ହେବା ପରେ ଘରେ କ୍ବାରେଣ୍ଟାଇନରେ ସେ ରହିଛନ୍ତି ବୋଲି ସଚିନ କହିଛନ୍ତି। ତେଣୁ ସମସ୍ତଙ୍କୁ କୋଭିଡ ଗାଇଡ ଲାଇନ ମାନି ସୁସ୍ଥ ରହିବାକୁ ସଚିନ ଅନୁରୋଧ କରିଛନ୍ତି।