Below header

ମନ୍ଦିରକୁ ଦର୍ଶନ ସାରି ଫେରୁଥିବାବେଳେ ଟ୍ରକକୁ ପଛ ପଟୁ ଧକ୍କା ଦେଲା କାର୍: ଜଣଙ୍କର ମୃତ୍ୟୁ, ୫ଗୁରୁତର

ସମ୍ବଲପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ୫ ଜଣ ଗୁରୁତର। ଗୁରୁତରଙ୍କୁ ବୁର୍ଲା ଭିମସାରରେ ଚିକିତ୍ସା କରାଯାଉଛି। ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଅଞ୍ଚଳର ସୌରଭ ଅଗ୍ରୱାଲ ତାଙ୍କ ସ୍ତ୍ରୀ ନେହା ଅଗ୍ରୱାଲ, ମା ମଂଜୁଲତା ଅଗ୍ରୱାଲ, ୭ ବର୍ଷର ପୁଅ ରିତ ଅଗ୍ରୱାଲ ,୯ ବର୍ଷର ଝିଅ ରିତିକା ଅଗ୍ରୱାଲ ଓ ପଡୋଶୀ ବନ୍ଧୁଙ୍କ ସ୍ତ୍ରୀ ପୂଜା ଶର୍ମାଙ୍କ ସହିତ ଝାରସୁଗୁଡା ଶ୍ରୀ ଶ୍ଯାମ ମନ୍ଦିରକୁ ଦର୍ଶନ ନିମନ୍ତେ ଯାଇଥିଲେ। ସେଠାରୁ ଦର୍ଶନ ସାରି ନିଜର ଇକୋ ସ୍ପୋର୍ଟସ ଗାଡ଼ିରେ ଘରକୁ ଫେରୁଥିବା ସମୟରେ ରେଙ୍ଗାଲି ନିକଟରେ ଏକ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲେ।

ଫଳରେ ସମସ୍ତେ ଗୁରୁତର ଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଖବର ପାଇ ତାଙ୍କ ସମ୍ପର୍କୀୟ ମାନେ ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ଏଠାରେ ସୌରଭଙ୍କ ମା ମଞ୍ଜୁଳାତଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ହୋଇଥିବା ନେହାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୌରଭଙ୍କ ଦୁଇ ପୁଅ ଓ ଝିଅଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.