Below header

ଭାରତୀୟ କ୍ରିକେଟର ୟୁଜ୍‌ବେନ୍ଦ୍ର ଚହଲଙ୍କ ଉଚ୍ଚତାକୁ ନେଇ ଇଂଲଣ୍ଡର ମହିଳା କ୍ରିକେଟର କଲେ ଏଭଳି କମେଣ୍ଟ, କଡ଼ା ଜବାବ ଶୁଣାଇଲେ ଫ୍ୟାନ୍‌

ଭାରତୀୟ କ୍ରିକେଟ୍‌ ଟିମ୍‌ର ପୁରୁଷ ଖେଳାଳିମାନେ ବିଶ୍ୱ କ୍ରିକେଟ୍‌ରେ ବହୁତ ଲୋକପ୍ରିୟ ହୋଇଯାଇଛନ୍ତି। ଆଜି ଭାରତୀୟ ଟିମ୍‌ର କ୍ରିକେଟରମାନଙ୍କୁ ସମସ୍ତେ ଜାଣିସାରିଛନ୍ତି। ଏପରି କି, ବିଶ୍ୱ କ୍ରିକେଟର କିଛି ମହିଳା କ୍ରିକେଟର ମଧ୍ୟ ଭାରତୀୟ କ୍ରିକେଟରଙ୍କୁ ନେଇ କୌଣସି ନା କୌଣସି କମେଣ୍ଟ କରିବାରେ ସବୁଠାରେ ଆଗରେ ରହୁଛନ୍ତି।

ଏମିତି ଦେଖିବାକୁ ଗଲେ, ଭାରତୀୟ କ୍ରିକେଟରଙ୍କୁ କମେଣ୍ଟ କରିବାରେ ପ୍ରଥମେ ଇଂଲଣ୍ଡର ଷ୍ଟାର୍‌ ଅଲ୍‌ରାଉଣ୍ଡର ମହିଳା ଖେଳାଳି ଡେନିୟଲ୍‌ ବାଏଟ୍‌ଙ୍କ ନାଁ ଆସିଥାଏ। ସେ ମଝିରେ ମଝିରେ ଭାରତୀୟ କ୍ରିକେଟରଙ୍କୁ କମେଣ୍ଟ କରିବାରେ ଲାଗିଥାଆନ୍ତି।

ph1

ଏଥର ଡେନିୟଲ୍‌ ଭାରତୀୟ କ୍ରିକେଟ ଟିମ୍‌ର ଯୁବ ପ୍ରତିଭାବାନ୍‌ ସ୍ପିନ୍‌ ବୋଲର୍‌ ୟୁଜ୍‌ବେନ୍ଦ୍ର ଚହଲଙ୍କୁ ନେଇ ଏମିତି କମେଣ୍ଟ ଦେଇଛନ୍ତି, ଯାହାକି ବାକି କ୍ରିକେଟରଙ୍କୁ ଭଲ ଲାଗିନାହିଁ। ବିରାଟ କୋହଲିଙ୍କୁ ପ୍ରପୋଜ୍‌ କରିସାରିଥିବା ଡେନିୟଲ୍‌ ଏଥର ଚହଲଙ୍କୁ ହାଇଟ୍‌କୁ ନେଇ କମେଣ୍ଟ୍‌ ପାସ୍‌ କରିଛନ୍ତି।

ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଓ୍ଵାନ୍‌ ଡେ’ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମ୍‌ର ଏକ ଫଟୋଶୁଟ୍‌ କରାଯାଇଥିଲା। ଗୋଟିଏ ଫଟୋରେ ଟିମ୍‌ର ସ୍ପିନ୍‌ ଯୋଡ଼ି କୁଲଦୀପ ଯାଦବ ଓ ୟୁଜ୍‌ବେନ୍ଦ୍ର ଚହଲ ଏକ ସାଥୀରେ ନଜର ଆସିଛନ୍ତି। ଏହି ଫଟୋକୁ ଚହଲ୍‌ ସୋସିଆଲ ମିଡିଆରେ ଶେୟାର କରି ଲେଖିଥିଲେ, ‘ଏଠାରେ ଚେନ୍ନାଇରେ ହେଡ୍‌ଶର୍ଟ ବନାଇବା ମଜାଦାର ଅଟେ’। ଆଉ ଡେନିୟଲ୍‌ ଏହି ଫଟୋ ଉପରେ କମେଣ୍ଟ କରିଛନ୍ତି ଯେ ‘ମୋତେ ଲାଗୁଛି ଚହଲ୍‌ ମୋଠାରୁ ହାଇଟ୍‌ରେ ସାନ’। ସେ ଏହି କମେଣ୍ଟ ସହ ଏକ ସ୍ମାଇଲିଂ ଇମୋଜ ମଧ୍ୟ ଦେଇଛନ୍ତି।

phn2

କିନ୍ତୁ ସେପଟେ ଫ୍ୟାନ୍‌ମାନଙ୍କୁ ଏହି କମେଣ୍ଟ ପସନ୍ଦ ଆସିନି। ସେମାନେ ଡେନିୟଲ୍‌ଙ୍କୁ ଗାଳି ଦେବା ସହ ଏହାର କଡ଼ା ଜବାବ ଦେଇଛନ୍ତି। ତେବେ କେହି କେହି ଏହା ବି କହିଥିଲେ, ‘ବୋଧ ହୁଏ ଡେନିୟଲ୍‌ଙ୍କୁ ଚହଲ୍‌ ପସନ୍ଦ ଆସିଯାଇଛନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.