Below header

ଟିମ୍ ଇଣ୍ଡିଆର ପୂର୍ବତନ ବୋଲର ପ୍ରବୀଣ କୁମାରଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଗଲେ ବାପ ଓ ପୁଅ

ଟିମ୍ ଇଣ୍ଡିଆର ପୂର୍ବତନ ବୋଲର ପ୍ରବୀଣ କୁମାରଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ସମୟରେ କାରରେ ତାଙ୍କ ପୁଅ ମଧ୍ୟ ରହିଥିଲେ । ତେବେ ଧକ୍କା ଦେଇଥିବା କ୍ୟାଣ୍ଟର ଡ୍ରାଇଭରକୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ପ୍ରବୀଣ କୁମାର ଦୁର୍ଘଟଣାର ଶିକାର ହୋଇଛନ୍ତି । ମେରଠରୁ ନିଜ ଘରକୁ ଯାଉଥିବା ବେଳେ ତାଙ୍କ କାର ଏକ କ୍ୟାଣ୍ଟର ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ ପ୍ରବୀଣ କୁମାର ଅଳ୍ପ ଆହତ ହୋଇଛନ୍ତି । ଦୁର୍ଘଟଣା ସମୟରେ ପ୍ରବୀଣଙ୍କ ସହିତ ତାଙ୍କ ପୁଅ ମଧ୍ୟ ଥିଲେ । ନିଶ୍ଚିତ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ପୋଲିସ ଏହି ମାମଲାରେ ତୁରନ୍ତ ଆକ୍ସନ ଗ୍ରହଣ କରି କ୍ୟାଣ୍ଟର ଡ୍ରାଇଭରଙ୍କୁ ଗିରଫ କରିଛି ।

ଖବର ଅନୁଯାୟୀ, ପ୍ରବୀଣ କୁମାର ଜୁଲାଇ ୪ ତାରିଖ ରାତି ୧୦ଟାରେ ନିଜ ରେଞ୍ଜ ରୋଭର ଡିଫେଣ୍ଡର କାରରେ ମେରଠରୁ ପାଣ୍ଡବ ନଗର ଆଡକୁ ଯାଇଥିଲେ । ଏହାପରେ ଗାଡି କମିଶନର ଆବାସ ନିକଟରେ ପହଞ୍ଚିବା ବେଳେ ଏକ ଦ୍ରୁତଗତିରେ ଆସୁଥିବା କ୍ୟାଣ୍ଟର କାରକୁ ଧକ୍କା ଦେଇଥିଲା । ଫଳରେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଗଲେ ପ୍ରବୀଣ ଏବଂ ତାଙ୍କ ପୁଅ । ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି କ୍ୟାଣ୍ଟର ଡ୍ରାଇଭରଙ୍କୁ ଗିରଫ କରିଥିଲା । ତେବେ ପ୍ରବୀଣ କୁମାର ଏବଂ ତାଙ୍କ ପୁଅ ସୁରକ୍ଷିତ ରହିଛନ୍ତି ।

ପ୍ରବୀଣ କୁମାର ଅନ୍ତର୍ରାଷ୍ଟ୍ରୀୟ କ୍ୟାରିଅରରେ ଟିମ୍ ଇଣ୍ଡିଆ ପାଇଁ ଲିମିଟେଡ୍ ଓଭର ଫର୍ମାଟରେ ପ୍ରମୁଖ ବୋଲର ରହିଥିଲେ । ପ୍ରବୀଣଙ୍କ ଦମଦାର ବୋଲିଂରେ ୨୦୦୮ରେ ଭାରତୀୟ ଟିମ ଅଷ୍ଟ୍ରେଲିଆରେ ସିବି ସିରିଜ ଜିତିଥିଲା । ସେ ୬୮ ଦିନିକିଆ, ୧୦ଟି ଟି୨୦, ୬ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଏଥିରେ ପ୍ରବୀଣ ଦିନିକିଆରେ ୭୭ଟି, ଟି୨୦ରେ ୮ଟି ଏବଂ ଟେଷ୍ଟରେ ୨୭ ୱିକେଟ ନେଇଛନ୍ତି । ଏହାଛଡା ୧୧୯ଟି ଆଇପିଏଲ ମ୍ୟାଚରେ ୯୦ଟି ୱିକେଟ ନେଇଛନ୍ତି ପ୍ରବୀଣ କୁମାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.