Below header

ଦୁଇଟି ଘରୋଇ ବସ୍‌ ମୁହାଁମୁହିଁ ଧକ୍କା, ଡ୍ରାଇଭର ସମେତ ୧୫ ଆହତ

ଦୁଇଟି ଘରୋଇ ବସ୍‌ ମୁହାଁମୁହିଁ ଧକ୍କା । ଡ୍ରାଇଭର ସମେତ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ବାଲେଶ୍ୱର ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବାଲେଶ୍ୱର (କେନ୍ୟୁଜ): ମୁହାଁମୁହିଁ ପିଟିହେଲା ଦୁଇଟି ବସ୍‌ । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ସଦର ଥାନା ତାମୁଳିଆ ବ୍ରିଜ ନିକଟରେ ଏହି ଦୁର୍ଘଟଣା ହୋଇଛି ।

ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ ବାଲେଶ୍ୱର ତାମୁଳିଆ ଓଭରବ୍ରିଜ୍‌ ନିକଟରେ ଦୁଇଟି ଘରୋଇ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି । ଏହି ଘଟଣା ପରେ ବ୍ରିଜ୍‌ ଉପରେ ବାଧାପ୍ରାପ୍ତ ହୋଇଥିଲା ଯାତାୟାତ । ଅଜୟ ଓ ଅରବିନ୍ଦ ନାମକ ଦୁଇଟି ବସ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି । ଦୁର୍ଘଟଣାଗ୍ରସ୍ତ ଅଜୟ ବସର ଡ୍ରାଇଭର ଗୁରୁତର ଆହତ ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତଙ୍କୁ ବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତମୁଳିଆ ଓଭର ବ୍ରିଜ ନେରୋ ବ୍ରିଜ ଲାଗି ଦ୍ରୁତଗତିରେ ଯାଉଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.