ବିଶ୍ବର ସବୁଠୁ ସୁରକ୍ଷିତ ସ୍ଥାନ ହ୍ବାଇଟ୍ ହାଉସରେ ମିଳିଲା କୋକେନ, ଯାଞ୍ଚ କରୁଛି ଗୁଇନ୍ଦା ଏଜେନ୍ସୀ

ଆମେରିକା ରାଷ୍ଟ୍ରପତି ଭବନ ହ୍ଵାଇଟ ହାଉସରେ ମିଳିଲା କୋକେନ । ୱେଷ୍ଟ ଓ୍ଵିଙ୍ଗ ଚଟାଣରେ କୋକେନ ପଡିଥିବା ଦେଖିବାକୁ ପାଇଥିଲେ ଅଧିକାରୀ । ଏହାପରେ ଯାଞ୍ଚ ଆରମ୍ଭ କରିଦେଇଛନ୍ତି ଅଧିକାରୀ ।

ବିଶ୍ବର ସବୁଠୁ ସୁରକ୍ଷିତ ସ୍ଥାନ ହ୍ବାଇଟ୍ ହାଉସରେ କୋକେନ ମିଳିଛି। କୋକେନ ମିଳିବା ପରେ ହ୍ବାଇଟ ହାଉସରେ ହଡକମ୍ପ ସୃଷ୍ଟି ହୋଇଛି । ଅଧିକାରୀମାନେ ଖବର ପାଇବା ପରେ ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ତେବେ କୋକେନ ମିଳିବା ଖବର ପରେ ହ୍ବାଇଟ ହାଉସ ଖାଲି କରାଯିବା ସହିତ ଏହାକୁ ଅସ୍ଥାୟୀ ରୂପେ ବନ୍ଦ କରିଦିଆଯାଇଛି ।

ଖବର ମୁତାବକ, ହ୍ବାଇଟ ହାଉସରେ କୋକେନ ମିଳିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଉପସ୍ଥିତ ନଥିଲେ । ସେହି ସମୟରେ ରାଷ୍ଟ୍ରପତି କ୍ୟାମ୍ପ ଡେଭିଡରେ ରହିଥିଲେ । ବାଇଡେନ ଏବଂ ତାଙ୍କ ପରିବାର ଶୁକ୍ରବାର ଠାରୁ କ୍ୟାମ୍ପ ଡେଭିଡରେ ଯାଇଥିଲେ ।

ଗୁଇନ୍ଦା ଏଜେନ୍ସୀର ଏଜେଣ୍ଟ ନିୟମିତ ଭାବେ ଯାଞ୍ଚ କରୁଥିବା ବେଳେ ୱେଷ୍ଟ ଓ୍ଵିଙ୍ଗ ଚଟାଣରେ ଧଳା ପାଉଡର ମିଳିଥିଲା। ପ୍ରାରମ୍ଭିକ ଯାଞ୍ଚରେ ଏହା କୋକେନ ବୋଲି ଜାଣିବାକୁ ମିଳିଥିଲା । ତେବେ ଏହା ୱେଷ୍ଟ ଓ୍ଵିଙ୍ଗରେ ଚଟାଣରେ ମିଳିଥିଲା ।

ତେବେ ବିଶ୍ୱର ସବୁଠୁ ସୁରକ୍ଷିତ ସ୍ଥାନରେ ଧଳା ପାଉଡର ମିଳିବା ପରେ ପ୍ରଥମେ ଅଗ୍ନିଶମ କର୍ମଚାରୀଙ୍କୁ ଡକାଯାଇଥିଲା । ତା’ ପରେ ଯାଞ୍ଚ କରି କୌଣସି ବିପଦପୂର୍ଣ୍ଣ ଜିନିଷ ନଥିବା ଜାଣିବାକୁ ମିଳିଥିଲା । ହ୍ଵାଇଟ ହାଉସକୁ କେମିତି କୋକିନ ଆସିଲା, ତା’ ବିଷୟରେ ଯାଞ୍ଚ ଚାଲିଛି ।

ଘଟଣାଟି ରବିବାର ରାତି ୮.୪୫ରେ ସମୟରେ ହୋଇଥିବା ଜଣାପଡିଛି । କୋକେନ ମିଳିବା ପରେ ହ୍ଵାଇଟ ହାଉସକୁ କିଛି ସମୟ ପାଇଁ ବନ୍ଦ କରାଯାଇଛି । ଯାହା ଖୁବଶୀଘ୍ର ଖୋଲିଯିବା ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.