ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ବମ୍ପର ଭର୍ତ୍ତି, ମାତ୍ର ୧୭୫ ଟଙ୍କା ଦେଇ କରନ୍ତୁ ଆବେଦନ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ୧୦୦୦ରୁ ଅଧିକ ପଦ ଖାଲି । ଇଚ୍ଛୁକ ପ୍ରାର୍ଥୀ ୧୫ ଜୁଲାଇ ପୂର୍ବରୁ କରନ୍ତୁ ଆବେଦନ । ଜାଣନ୍ତୁ କେମିତି କରିବେ ।

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ମ୍ୟାନେଜର ସ୍କେଲ –୨ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ centralbankofindia.co.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୫ ଜୁଲାଇ ୨୦୨୩ ରହିଛି । ଏଥିପାଇଁ ପରୀକ୍ଷା ଅଗଷ୍ଟ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଆୟୋଜିତ ହେବ ।

ପଦବୀ ବିବରଣୀ : ୧୦୦୦

ପଦବୀ ବିବରଣୀ : ଆବେଦନ କରିବାର ଶେଷ ତାରିଖ ୧୫ ଜୁଲାଇ ୨୦୨୩ ରହିଛି ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କୁ ଭର୍ତ୍ତି ଶୁଳ୍କ ୮୫୦ ଟଙ୍କା ଦେବାକୁ ହେବ । ଅନୁସୂଚିତ ଜାତି/ଜନଜାତି/ ପିଡବ୍ଲ୍ୟୁଡି/ମହିଳା ପ୍ରାର୍ଥୀ ୧୭୫ ଟଙ୍କା ଶୁଳ୍କ ଦେବାକୁ ହେବ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଅନଲାଇନ ଲିଖିତ ପରୀକ୍ଷା ଏବଂ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ହେବ।

କେମିତି କରିବେ ଆବେଦନ :

ପ୍ରଥମେ ପ୍ରାର୍ଥୀ ବ୍ୟାଙ୍କର ଅଫିସିଆଲ ୱେବସାଇଟ୍‌ Centralbankofindia.co.in ଯାଆନ୍ତୁ ।

ଏହାପରେ ହୋମପେଜର ରିକ୍ରୁଟମେଣ୍ଟ ଟାବ୍‌ରେ କ୍ଲିକ୍‌ କରନ୍ତୁ ।

ତା’ ପରେ “Recruitment of Managers in Middle Management Grade Scale II in Mainstream” ଉପରେ କ୍ଲିକ୍‌ କରନ୍ତୁ।

ଆବେଦନ ଫର୍ମ ଭରିବା ପରେ ସମସ୍ତ ଦସ୍ତାବିଜ ସବମିଟ୍‌ କରନ୍ତୁ ।

ଆବେଦନ ଶୁଳ୍କ ଭରିବା ସହିତ ଫର୍ମ ସବମିଟ୍‌ କରନ୍ତୁ।

ଭବିଷ୍ୟତ ପାଇଁ ଏହାର ଏକ କପି ଡାଉନଲୋଡ କରି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://ibpsonline.ibps.in/cbimmjun23/

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.