Below header

ହାରିଲା ମୁମ୍ବାଇ, ଆଇପିଏଲ୍‌ ଫାଇନାଲରେ ମୁହାଁମୁହିଁ ହେବେ ଗୁଜରାଟ-ଚେନ୍ନାଇ

ଫାଇନାଲରେ ଗୁଜରାଟ-ଚେନ୍ନାଇ । ଶୁବମନ ଗିଲ ଓ ମୋହିତ ଶର୍ମାଙ୍କ ଦମଦାର ଇନିଂସ ବଳରେ ବିଦା ହେଲା ମୁମ୍ବାଇ । ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଏଥର ନିରାଶ ହେବାକୁ ପଡ଼ିଛି ।

ଫାଇନାଲରେ ଗୁଜରାଟ-ଚେନ୍ନାଇ । ଶୁବମନ ଗିଲ ଓ ମୋହିତ ଶର୍ମାଙ୍କ ଦମଦାର ଇନିଂସ ବଳରେ ବିଦା ହେଲା ମୁମ୍ବାଇ । ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଏଥର ନିରାଶ ହେବାକୁ ପଡ଼ିଛି । ଶୁବମନ ଗିଲଙ୍କ କୀର୍ତ୍ତିମାନଭରା ଶତକୀୟ ପାଳି ବଳରେ ମୁମ୍ବାଇକୁ ୨୩୪ ରନର ଲକ୍ଷ୍ୟ ଦେଇଥିଲା । ମୋହିତ ଶର୍ମାଙ୍କ ଘାତକ ବୋଲିଂ ଆଗରେ ରୋହତ ଶର୍ମାଙ୍କ ଦଳ ୧୮.୨ ଓଭରରେ ୧୭୧ ରନ କରି ସମସ୍ତ ଓ୍ଵିକେଟ ହରାଇଥିଲା । ଶୁବମନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା । ଫଳରେ ଗୁଜରାଟ ଟାଇଟନ୍ସ ଲଗାତର ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ରବିବାରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ସହ ଫାଇନାଲ ଖେଳିବ ଗୁଜରାଟ ଟାଇଟନ୍ସ । ମୁମ୍ବାଇ ପକ୍ଷରୁ ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ୬୧ ରନ କରିଥିଲେ । ଗୁଜରାଟ ପକ୍ଷରୁ ମୋହିତ ଶର୍ମା ୫ଟି ଓ୍ଵିକେଟ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.