ରାତି ଅଧରେ କାଳବୈଶାଖୀର ତାଣ୍ଡବ, ପ୍ରବଳ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷାରେ ବେହାଲ ରାଜଧାନୀ

ଆଜି ମଧ୍ୟ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ପାଇଁ ୨୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । କିଛି ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଭୁବନେଶ୍ୱର (କେନ୍ୟୁଜ): ରାତି ଅଧରେ କାଳବୈଶାଖୀ ତାଣ୍ଡବ । ମଧ୍ୟରାତିରେ ରାଜଧାନୀରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ବେଗରେ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷାରେ ରାଜଧାନୀ ବେହାଲ । ଖାଲୁଆ ଅଞ୍ଚଳରେ ବର୍ଷା ପାଣି ଜମି ଯାଇଥିବା ବେଳେ ଅନେକ ବସ୍ତ ଅଞ୍ଚଳ ପ୍ରଭାବିତ ହୋଇଥିବା ସୂଚନା ମିଳଛି । ବର୍ଷା ସାଙ୍ଗକୁ ଘନଘନ ବିଜୁଳି ଓ ଘଡ଼ଘଡ଼ି ସହରବାସୀଙ୍କ ନିଦ ହଜାଇ ଦେଇଥିଲା । ବିଭିନ୍ନ ସ୍ଥାନରେ ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଥିଲା ।

ଦିନରେ ଗରମ ସାଙ୍ଗକୁ ଅପରାହ୍‌ଣ ଓ ରାତିରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି । ଆଜି ମଧ୍ୟ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ପାଇଁ ୨୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । କିଛି ସ୍ଥାନରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.