Below header

ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଖେଳାଳିଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡ, କରୁଥିଲେ ସ୍ପଟ୍‌ ଫିକ୍ସିଂ ଅପରାଧ

ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟ୍‌ ଖେଳାଳି ଗୁଲାମ୍‌ ବୋଡି । ତାଙ୍କୁ ପ୍ରିଟୋରିଆର ଏକ କୋର୍ଟ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି । ତାଙ୍କର ଅପରାଧ ହେଲା ସେ ଘରୋଇ କ୍ରିକେଟ୍‌ରେ ସ୍ପଟ୍‌ ଫିକ୍ସିଂ ଅପରାଧ କରିଥିଲେ । ୨୦୧୫ରେ ହୋଇଥିବା ଏହି ସ୍କାମ୍‌ରେ ବୋଡି ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ବୋଡିଙ୍କ ବିରୋଧରେ ଅଭିଯୋଗ ହେଲା, ସେ କେବଳ ନିଜେ ସ୍ପଟ୍‌ ଫିକ୍ସିଂରେ ସଂପୃକ୍ତ ନଥିଲେ ଅନ୍ୟ ସାଥୀ ଖେଳାଳିଙ୍କୁ ମଧ୍ୟ ଏଥିରେ ସାମିଲ କରୁଥିଲେ । ତେବେ ଦୋଷ ମାନି ନେବାରୁ ତାଙ୍କୁ ୧୫ ବର୍ଷ ବଦଳରେ ୫ ବର୍ଷ ଜେଲଦଣ୍ଡାଦେଶ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.