ବାହାଘରର ୩୫ ବର୍ଷ ପରେ ପାକିସ୍ତାନ ମହିଳା ପାଇଲେ ଭାରତ ନାଗରିକର ପରିଚୟ

ବାହାଘରର ୩୫ ବର୍ଷ ପରେ ପାକିସ୍ଥାନର ୨ ମହିଳାଙ୍କୁ ଭାରତର ନାଗରିକତ୍ବ ମିଳିଛି । ପାଖାପାଖି ୩୫ ବର୍ଷ ପୂର୍ବରୁ ଉତ୍ତର ପ୍ରଦେଶର ସାହାରାନପୁର ଠାରେ ଏହି ଦୁଇ ମହିଳାଙ୍କର ବିବାହ ହୋଇଥିଲା । ସବ ଡିଷ୍ଟ୍ରିକ ମାଜିଷ୍ଟ୍ରେଟ ଆଜି ହିଁ ସେ ଦୁହିଁଙ୍କୁ ନାଗରିକତାର ପ୍ରମାଣ ପତ୍ର ଦେଇଛନ୍ତି । ସୂଚନା ଯୋଗ୍ୟ କି ସେମାନଙ୍କ ଭିତରୁ ଜଣଙ୍କର ବାହାଘର ୧୯୮୮ ମସିହାରେ ହୋଇଥିବା ବେଳେ ଅନ୍ୟ ଜଣଙ୍କର ବାହାଘର ୧୯୮୪ ମସିହା ଏପ୍ରିଲ ମାସ ୧୩ ତାରିଖରେ ହୋଇଥିଲା । ସେବେଠାରୁ ହିଁ ଏ ଦୁହେଁ ସାହାରାନପୁର ସ୍ଥିତ ସରସବାର କୁଣ୍ଡାଗଦିଆଁ ଗ୍ରାମର ନିଜ ଶ୍ୱଶୁର ଘରେ ରହିଆସୁଛନ୍ତି । ଜଣେ ୧୯୯୦ ମସିହାରେ ଓ ଅନ୍ୟଜଣେ ୧୯୮୬ ମସିହାରେ ଭାରତର ନାଗରିକତ୍ବ ପାଇଁ ଆବେଦନ କରିଥିଲେ । ଏହି ଦୁଇଜଣ ପାକିସ୍ଥାନର ପଞ୍ଜାବ ପ୍ରଦେଶର ଭିନ୍ନ ଭିନ୍ନ ଗାଁରୁ ଆସିଥିଲେ । ଦୀର୍ଘ ବର୍ଷ ହେବ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଏଯାବତ ପ୍ରମାଣ ପତ୍ର ମିଳିପାରିନଥିଲା । ନାଗରିକତା ପ୍ରମାଣ ପତ୍ର ପାଇବା ପରେ ସେମାନେ ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କର ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.