Below header

କୋଠାରେ ଲାଗିଲା ନଆଁ, ଏୟାରପୋର୍ଟ ନିକଟ କଲୋନୀରେ ଅଗ୍ନିକାଣ୍ଡ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀରେ ଜଳିଗଲା କୋଠାଘର । ଏୟାରପୋର୍ଟ ନିକଟ ଭୀମପୁର ମୌଜା ଅନ୍ତର୍ଗତ ଏକ କଲୋନୀରେ ଏହି ଘରଟି ରହିଛି । ଆଜି ଅପରାହ୍ନରେ କୌଣସି କାରଣରୁ ଏହି ଘରେ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡ ଯୋଗୁଁ ଘରର ସମସ୍ତ ଆସବାବପତ୍ର ପୋଡ଼ି ଯାଇଛି । ଖବର ପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି । ନିଆଁ ପାଖରେ ଥିବା ଅନ୍ୟ ଗୋଟିଏ ଘରକୁ ବ୍ୟାପିବା ଯୋଗୁଁ ଆଉ ଗୋଟିଏ ଦମ୍‌ କଳ ଏବେ ନିଆଁ ଲିଭାଇବା କାମରେ ଲାଗିଛନ୍ତି ।
ତେବେ ସର୍ଟ ସର୍କିଟ୍‌ ଯୋଗୁଁ ଘରେ ନିଆଁ ଲାଗିଥିବା କୁହାଯାଉଛି ।

FIRE-1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.