ଅନୁଗୁଳ : ଦିବ୍ୟାଙ୍ଗଙ୍କୁ ମରଣାନ୍ତକ ଆକ୍ରମଣ, ଭୁଜାଲିରେ ଆକ୍ରମଣ କଲା ସମ୍ପର୍କୀୟ ପୁତୁରା

ଅନୁଗୁଳ(କେନ୍ୟୁଜ୍):  ଆଠମଲିକ ଥାନା ମୋଚି ସାହିର ଜଣେ ଦିବ୍ୟାଙ୍ଗଙ୍କୁ ମରଣାନ୍ତକ ଆକ୍ରମଣ । ଭୁଜାଲିରେ ଆକ୍ରମଣ କରିଛନ୍ତି ତାଙ୍କ ସମ୍ପର୍କୀୟ ପୁତୁରା ଟିକୁନ ମେହେର । ଦିବ୍ୟାଙ୍ଗ ଟେରା ମେହେରଙ୍କୁ ଚପଲ କାମ କରିବାକୁ ତାଙ୍କ ପୁତୁରା ଗାଁରୁ ଡାକି ଆଣିଥିଲେ । ଉଭୟଙ୍କ ମଧ୍ୟରୁ ଟେରାଙ୍କ ବ୍ୟବସାୟ ଅଧିକ ହେଉଥିବା ଦେଖି ଟିକୁନର ଇର୍ଷା ହୋଇଥିଲା । ତେଣୁ ସେ ରାଗିଯାଇ ଟେରାଙ୍କୁ ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଗରେ ଏକ ଧାରୁଆ ଭୁଜାଲିରେ ଆକ୍ରମଣ କରିଥିଲା । ସ୍ଥାନୀୟ ଲୋକ ଏବଂ ପୋଲିସ ଟେରାଙ୍କୁ ଉଦ୍ଧାର କରିଥିଲେ । ଟେରାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଟିକୁନକୁ ପୋଲିସ ଅଟକ ରଖିଛି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.