ବେକକୁ ଚାପି ଧରିଥିଲା ୧୦ ଫୁଟର ଅଜଗର, ଛଟପଟ ହେଉଥିଲେ ବୃଦ୍ଧ, ଏହାପରେ କ’ଣ ହେଲା ଦେଖନ୍ତୁ ଭିଡିଓ

ଭୁବନଚନ୍ଦ୍ର ନାୟର ନାମକ ୫୮ ବର୍ଷୀୟ ଜଣେ ବ୍ୟକ୍ତି ଅଜଗର ଆକ୍ରମଣର ଶିକାର ହୋଇଛନ୍ତି। ସେ ଥିରୁଅନନ୍ତପୁରମ୍‌ର ଏକ କଲେଜ କ୍ୟାମ୍ପସ୍‌ରେ ମନରେଗା ଯୋଜନା ଅଧୀନରେ ବୁଦାଗୁଡ଼ିକୁ କାଟୁଥିବା ବେଳେ ହଠାତ୍ ତାଙ୍କ ହାତକୁ କପଡ଼ା ଭଳି କୌଣସି ଏକ ଜିନିଷ ଲାଗିଥିଲା। କିନ୍ତୁ ଯେତେବେଳେ ସେ ପାଖକୁ ଯାଇଥିଲେ,୧୦ ଫୁଟ ଲମ୍ବାର ଏକ ଅଜଗର ଦେଖିବାକୁ ପାଇଲେ। ଏହାପରେ ଭୁବନ ନିଜର କିଛି ସାଥୀ ଶ୍ରମିକଙ୍କୁ ସାହାଯ୍ୟ ପାଇଁ ଡାକ ପକାଇଥିଲେ। ସେମାନେ ସାପକୁ ଧରି କଲେଜ କ୍ୟାମ୍ପସ୍‌ରୁ ବାହାର କରିବା ପାଇଁ ନିଷ୍ପତ୍ତି ନେଲେ। କିନ୍ତୁ ଅଜଗରଟି ବହୁତ କ୍ଷିପ୍ର ଥିଲା। ଭୁବନ ତାକୁ କାବୁ କରିବା ପାଇଁ ଯାଉଥିବା ବେଳେ ହଠାତ୍ ତାଙ୍କ ବେକରେ ସାପଟି ଗୁଡେଇ ହୋଇଗଲା। ଆଉ କଷି କରି ବେକକୁ ଜାବୁଡ଼ି ଧରିଲା।

py2

ଘଟଣାସ୍ଥଳରେ ୫୫ ଜଣ ଶ୍ରମିକ ଉପସ୍ଥିତ ଥିଲେ। ଅଲାର୍ମ ବଜାଯାଇ ସମସ୍ତଙ୍କୁ ଡକାଯାଇଥିଲା। କିନ୍ତୁ ଅଜଗରର ଲମ୍ବା ଏବଂ ଚଉଡା ଦେଖି ଲୋକେ ସାହାଯ୍ୟ କରିବାକୁ ଡରିଯାଇଥିଲେ। ତେବେ କେତେଜଣ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ଜଣେ ସାପର ମୁଣ୍ଡକୁ ଧରିଥିବା ବେଳେ ଆଉ ଜଣେ ଲାଞ୍ଜ ଧରି ଛଡ଼ାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଅଜଗର ଭୁବନଙ୍କ ବେକକୁ ଜୋର୍‌ରେ ଚାପି ଧରିବା ଫଳରେ ସେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ।

ଏହାସହ ପଢ଼ନ୍ତୁ: ୧୪ ବର୍ଷୀୟା ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ପାଗଳ ଥିଲେ ଏହି ବ୍ୟକ୍ତି, ପାଦରେ ଚାଲି ଚାଲି ଗଲେ ୩୫୦ କିମି

୩-୪ଜଣ ମିଶି ଅଜଗରକୁ କୌଣସି ପ୍ରକାରେ ଛଡ଼ାଇଥିଲେ। ଆଉ ତାକୁ କଳା କପଡ଼ାରେ ଗୁଡ଼ାଇ ରଖିଦେଇଥିଲେ। ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ନିଜ ମୋବାଇଲ୍ ଫୋନ୍‌ରେ ଏହି ଭିଡିଓ ପ୍ରସ୍ତୁତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.