Below header

ବିରାଟ କୋହଲିଙ୍କୁ ‘ବିରାଟ ଖୋଲି’ ବୋଲି ଲେଖିଲା ଆଇସିସି, ଟ୍ରୋଲ୍‌ ହେବା ପରେ ଏମିତି ସୁଧାରିଲା ନିଜ ଭୁଲ

ଭାରତୀୟ କ୍ରିକେଟ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ବିରାଟ କୋହଲି ପିତୃତ୍ୱ ଅବକାଶ ବା ପ୍ୟାଟରନାଲିଟି ଲିଭ୍‌ରେ ଭାରତକୁ ଫେରିଆସିଛନ୍ତି। ସେ ଫେରିବା ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଏକ ଫଟୋ ସେୟାର କରିଛି। ଉକ୍ତ ଫଟୋରେ କୋହଲି ଓ ସ୍ମିଥ୍‌ଙ୍କର ସ୍କେଚ୍‌ ଫଟୋ ରହିଛି। ତେବେ ଏହି ଫଟୋ ତିଆରି କରିବା ବେଳେ ଆଇସିସି ଏକ ବଡ଼ ଭୁଲ କରି ଦେଇଛି। ଆଇସିସି ବିରାଟଙ୍କ ନାଁକୁ ଭୁଲ ଲେଖିଦେଇଛି।

ଆଇସିସି ତରଫରୁ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ବିରାଟ କୋହଲି ଓ ସ୍ମିଥ୍‌ଙ୍କ ଫଟୋରେ ‘ବିରାଟ କୋହଲି’ ସ୍ଥାନରେ ‘ବିରାଟ ଖୋଲି’ ଲେଖାଯାଇଛି। ଫଟୋ ସେୟାର କରି ଆଇସିସି ଲେଖିଛି, ଆମେ ୨୦୨୦ର ଶେଷ ଦିନକୁ ସେଲିବ୍ରେଟ୍‌ କରୁଛୁ। ଆମେ ଆପଣଙ୍କ ସାମ୍ନାରେ ଗତ କିଛି ବର୍ଷର ବେଷ୍ଟ ସ୍ପିରିଟ୍‌ ଅଫ୍‌ କ୍ରିକେଟ୍‌ ଜେଶ୍ଚର ରଖୁଛୁ।

virat2

ଆଇସିସି ଫଟୋ ଅପ୍‌ଲୋଡ୍‌ କରୁ କରୁ ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ। ଜଣେ ୟୁଜର ଲେଖିଛନ୍ତି, ଆଇସିସି ଆଡମିନ୍‌ ଡୋନାଲ୍ଡ ଟ୍ରମ୍ପଙ୍କ ଲୋକ କେମିତି ହୋଇଗଲା। ସେହିପରି ଆଉ ଜଣେ ୟୁଜର ଆଇସିସିର ଧ୍ୟାନ ଆକର୍ଷଣ କରିବାକୁ କୋହଲିର ବନାନ୍‌ ଠିକ୍‌ କରି ଲେଖିଛନ୍ତି। ତେବେ ଆଇସିସିକୁ ନିଜ ଭୁଲ ଜଣାପଡ଼ିବା ପରେ ତୁରନ୍ତ ଉକ୍ତ ପୋଷ୍ଟକୁ ଡିଲିଟ୍‌ କରି ଦେଇଥିଲା। ତେବେ ଡିଲିଟ୍‌ ହେବା ପୂର୍ବରୁ ଏହି ପୋଷ୍ଟକୁ ପାଖାପାଖି ଲକ୍ଷେ ଲୋକ ସିନ୍‌ କରିବା ସହ ଲାଇକ୍‌ ମଧ୍ୟ କରିସାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.