ଦେଶର ସମସ୍ତ ପ୍ରସିଦ୍ଧ ମନ୍ଦିରର ପ୍ରସାଦ ଏବେ ଆପଣଙ୍କ ଘରେ ପହଞ୍ଚାଇବ ଡାକ ବିଭାଗ, ଅନ୍‌ଲାଇନ୍‌ରେ କରିପାରିବେ ବୁକିଂ

ଭାରତୀୟ ଡାକ ବିଭାଗ ଏବେ ଯାଏଁ ଲୋକଙ୍କ ଘରେ ଚିଠିପତ୍ର ପହଞ୍ଚାଉଥିଲା। କିନ୍ତୁ ଏବେ ସେ ଲୋକଙ୍କ ପାଖରେ ଦେଶର ପ୍ରସିଦ୍ଧ ମନ୍ଦିରର ପ୍ରସାଦ ମଧ୍ୟ ଡେଲିଭରି କରିବ। କରୋନା ଯୋଗୁ ଲୋକମାନେ ପ୍ରସିଦ୍ଧ ମନ୍ଦିରର ଦର୍ଶନ କରିପାରୁନାହାନ୍ତି। ଏଣୁ ଲୋକଙ୍କ ନିକଟରେ ଭଗବାନଙ୍କ ପ୍ରସାଦ ପହଞ୍ଚାଇବା ପାଇଁ ଡାକ ବିଭାଗ ଅଣ୍ଟା ଭିଡ଼ିଛି। ମାତ୍ର ଏଥିପାଇଁ ଶ୍ରଦ୍ଧାଳୁଙ୍କୁ ଟିକେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଡାକ ବିଭାଗ କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିର ଓ ହନୁମାନଗଡ଼ି ଅଯୋଧ୍ୟା ମନ୍ଦିରର ପ୍ରସାଦକୁ ଲୋକଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇବ। ଏଥିସହ ଡାକ ବିଭାଗ କାଶୀ ବିଶ୍ୱନାଥ ମନ୍ଦିରର ପ୍ରସାଦକୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଘରେ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛି।

India Post

ଡାକ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ସେବା ପୂରା ଦେଶରେ ଉପଲବ୍ଧ ହେବ। ଡାକ ବିଭାଗ ଏହି ପ୍ରସିଦ୍ଧ ମନ୍ଦିରର ପ୍ରସାଦକୁ ସାରା ଦେଶରେ ପହଞ୍ଚାଇବା ପାଇଁ ତାଙ୍କ ସହ ଏମ୍‌ଓୟୁ କରିବାକୁ ନିଷ୍ପତ୍ତି ନେଇଛି। ଲୋକମାନେ ଯେକୌଣସି ପୋଷ୍ଟ ଅଫିସରୁ ଅନ୍‌ଲାଇନ୍‌ରେ ପ୍ରସାଦ ବୁକିଂ କରିପାରିବେ। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଡାକ ବିଭାଗ ମାତା ଶ୍ରୀ ବୈଷ୍ଣୋଦେବୀଙ୍କ ପ୍ରସାଦ ଡେଲିଭରି ସେବା ଆରମ୍ଭ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.