କୁଚିଣ୍ଡା : ଆଜି ହେଉଛି ମାର୍ଗଶିର ମାସର ଶେଷ ମାଣବସା ଗୁରୁବାର । ତା ସହିତ ସୁଦଶା ବ୍ରତ । ଏହି ଅବସରରେ ଘରେ ଘରେ ମହିଳାମାନେ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରୁଥିବା ବେଳେ କିନ୍ନର ସମାଜ ପକ୍ଷରୁ ମଧ୍ଯ ଏହାକୁ ଅତି ନିଷ୍ଠା ସହକାରେ ପାଳନ କରାଯାଇଛି ।
ଘରେ ଲକ୍ଷ୍ମୀ ପୂଜା କରିବା ସହିତ କୁଚିଣ୍ଡା ଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କର ପୂଜାର୍ଚ୍ଚନା କରିବା ସହିତ ସୁଦଶା ବ୍ରତ ଧାରଣ କରିଥିଲେ।ଏହି ବ୍ରତ ତାଙ୍କ ଗୁରୁଙ୍କ ପାଇଁ ରଖିଥିବାବେଳେ, ସୁଦଶା ବ୍ରତ ରଖି ସେମାନେ ବହୁତ ଖୁସି ଥିବା କହିଛନ୍ତି।