ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ୍‌ : ଶତକରୁ ବଞ୍ଚିତ ହେଲେ ପୂଜାରା, ଭାରତ ସ୍କୋର ୨୭୮/ ୬

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚଟଗାଓଁର ଜହୁର ଚୌଧୁରୀ ଷ୍ଟାଡିୟମରେ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ ମ୍ୟାଚ୍‌। ପ୍ରଥମ ଦିନରେ ଭାରତ ୬ ଓ୍ଵିକେଟ ହରାଇ ୨୭୮ ରନ୍‌ କରିଛି । ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଭାରତର ୬ଟି ଓ୍ଵିକେଟ ଯାଇଛି। ଶ୍ରେୟସ ଆୟର ୮୨ ରନ କରି ଅପରାଜିତ ରହିଛନ୍ତି।

ପ୍ରଥମ ଦିନରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ୧୪ ଓଭରରେ ଟିମର ସ୍କୋର ୪୧ ରନ୍‌ ଥିବା ବେଳେ ପ୍ରଥମ ଓ୍ଵିକେଟ ପଡିଥିଲା। ଶୁଭମନ ଗିଲ୍‌ ୪୦ ବଲ୍‌ରେ ୩ଟି ଚାରି ମାରି ୨୦ ରନ୍‌ କରି ଆଉଟ୍‌ ହୋଇଥିଲେ। ତା’ ପରେ କେଏଲ ରାହୁଲ ଟିମ୍‌ ସ୍କୋର ୪୫ ରନ୍‌ ଥିବା ବେଳେ ଆଉଟ୍‌ ହୋଇଥିଲେ। କେଏଲ ରାହୁଲ ୫୪ ବଲରେ ୨୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ ।

ଦଳୀୟ ସ୍କୋର ୪୫ ହୋଇଥିବା ବେଳେ ୨ଟି ଓ୍ଵିକେଟ ପଡିବା ବେଳେ କିଙ୍ଗ କୋହଲି ମାତ୍ର ୧ ରନରେ ଆଉଟ୍‌ ହୋଇ ଭାରତୀୟଙ୍କ ମନ ଭାଙ୍ଗି ଦେଇଥିଲେ । ୪୮ ରନ ଦଳୀୟ ସ୍କୋର ଥିବା ବେଳେ ଭାରତର ୩ଟି ଓ୍ଵିକେଟ ଚାଲିଯାଇଥିଲା । ପରେ ରିଷଭ ପନ୍ତ ଏବଂ ଚେତେଶ୍ୱର ପୂଜାରା ମ୍ୟାଚ୍‌କୁ ସମ୍ଭାଳିଥିଲେ । ରିଷଭ ପନ୍ତ ୪୬ ରନ, ପୂଜାରା ୯୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଶତକରୁ ମାତ୍ର ଅଳ୍ପ ରନ ବାକି ଥିବା ବେଳେ ପୂଜାରାଙ୍କ ଓ୍ଵିକେଟ ପଡିବା ଭାରତ ପାଇଁ ମହଙ୍ଗା ହେଲା ।

ବାଂଲାଦେଶ ପକ୍ଷରୁ ହସନ ମିରାଟ ୨ଟି, ତାଇଜୁଲ ଇସଲାମ ୩ଟି, ଅହମଦ ୧ଟି ଓ୍ଵିକେଟ ନେଇଛନ୍ତି । ପ୍ରଥମ ଦିନ ଖେଳ ସରିବା ପର୍ଯ୍ୟନ୍ତ ଭାରତ ୯୦ ଓଭର ଖେଳି ୬ ଓ୍ଵିକେଟ ହରାଇ ୨୭୮ ରନ୍‌ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.