୧୦୦ କୋଟି ନେଇ ‘ପଠାନ୍‌’ କରିଛନ୍ତି ଶାହରୁଖ ଖାନ! ଜନ୍‌ ଆବ୍ରାହମ୍‌ ମଧ୍ୟ ଦେଇଛନ୍ତି ଦୀପିକାଙ୍କୁ ମାତ୍‌; ଷ୍ଟାର କାଷ୍ଟଙ୍କ ଫିସ୍‌ ଜାଣିଲେ ଉଡ଼ିଯିବ ହୋସ୍‌

ବଲିଉଡ ବାଦଶାହ ଶାହରୁଖ ଖାନ ନୂଆ ବର୍ଷରେ ନିଜର ତିନି ଫିଲ୍ମ ସହ ବକ୍ସ ଅଫିସରେ ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି। ବର୍ଷ ଆରମ୍ଭ ‘ପଠାନ’ରୁ ହେବାକୁ ଯାଉଛି, ଯେଉଁଥିରେ ଶାହରୁଖ ଖାନଙ୍କ ସହ ଦୀପିକା ପାଦୁକୋନ ନଜର ଆସିବେ। ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ରହିଛି ଏବଂ ସେମାନେ ଏହାର ରିଲିଜକୁ ଅପେକ୍ଷା କରିଛନ୍ତି। ‘ପଠାନ’ ପାଇଁ ଷ୍ଟାର କାଷ୍ଟ ମଧ୍ୟ ତଗଡ଼ା ଫି ନେଇଛନ୍ତି। ଆସନ୍ତୁ ଜାଣିବା, କେଉଁ ଷ୍ଟାର କେତେ ଟଙ୍କା ଚାର୍ଜ କରିଛନ୍ତି।

ପଠାନ ମାଧ୍ୟମରେ ଶାହରୁଖ ଖାନ ଚାରି ବର୍ଷ ପରେ ସିଲ୍‌ଭର ସ୍କ୍ରିନ୍‌କୁ ଫେରୁଛନ୍ତି, ଯେଉଁଥିପାଇଁ ସେ ନିଜର ଫିଟନେସ ଉପରେ ବହୁତ ଧ୍ୟାନ ଦେଇଛନ୍ତି। ମିଡିଆ ରିପୋର୍ଟ ମୁତାବକ, କିଙ୍ଗ ଖାନ ଏହି ଫିଲ୍ମ ପାଇଁ ବାକି ତାରକାମାନଙ୍କଠାରୁ ଅଧିକ ଫି ଚାର୍ଜ କରିଛନ୍ତି। ଅଭିନେତା ‘ପଠାନ’ ପାଇଁ ୧୦୦ କୋଟି ଟଙ୍କା ନେଇଛନ୍ତି।

‘ପଠାନ’ରେ ପୁଣିଥରେ ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଯୋଡିର ଯାଦୁ ଦେଖିବାକୁ ମିଳିବ। ଫିଲ୍ମର ପ୍ରଥମ ଗୀତ ‘ବେସରମ ରଙ୍ଗ’ରେ ଉଭୟ ନିଜର ସିଜଲିଂ କେମେଷ୍ଟ୍ରି ସହ ନିଆଁ ଲଗାଇ ଦେଇଛନ୍ତି। ସେପଟେ ରିପୋର୍ଟ ଅନୁସାରେ, ଫିଲ୍ମ ପାଇଁ ଦୀପିକା ପାଦୁକୋନ ୧୫ କୋଟି ଟଙ୍କା ଚାର୍ଜ କରିଛନ୍ତି।

‘ପଠାନ’ରେ ଜନ୍ ଆବ୍ରାହମ୍‌ ଓ ଶାହରୁଖ ଖାନଙ୍କ ମଧ୍ୟରେ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିବ। ଫିଲ୍ମର ଟିଜରରେ ବି ଉଭୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷର ଝଲକ ଦେଖାଯାଇଥିଲା। ରିପୋର୍ଟ ଅନୁସାରେ, ‘ପଠାନ’ ପାଇଁ ଜନ୍ ଦୀପିକାଙ୍କଠାରୁ ଅଧିକ ଫିସ୍‌ ନେଇଛନ୍ତି। ଅଭିନେତା ଫିଲ୍ମ ପାଇଁ ୨୦ କୋଟି ଟଙ୍କା ଚାର୍ଜ କରିଛନ୍ତି।

ଫିଲ୍ମରେ ଡିମ୍ପଲ୍ କାପାଡିଆ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଯଦିଓ ଏବେ ଡିମ୍ପଲ୍ କାପାଡିଆଙ୍କ ଫି’କୁ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ। କହି ରଖୁଛୁ, ‘ପଠାନ୍’ ୨୫ ଜାନୁୟାରୀରେ ସିନେମାଘରେ ମୁକ୍ତିଲାଭ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.