Below header

ବିଶ୍ୱକପରେ ଅଭିଯାନ ଆରମ୍ଭ କଲା ଟିମ୍ ଇଣ୍ଡିଆ, ଟସ୍ ଜିତି ବ୍ୟାଟିଂ କରୁଛି ଦକ୍ଷିଣ ଆଫ୍ରିକା

ବିଶ୍ୱକପରେ ଟିମ୍ ଇଣ୍ଡିଆର ଅଭିଯାନ। ଆଜି ସାଉଥହମ୍ପଟନରେ ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ସହ ମୁକାବିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଦକ୍ଷିଣ ଆଫ୍ରିକା। ପ୍ରଥମରୁ ପ୍ରତିପକ୍ଷ ଟିମ୍ ଉପରେ ଚାପ ସୃଷ୍ଟି କରିଛି ଟିମ୍ ଇଣ୍ଡିଆ। ମାତ୍ର ୧୧ ରନରେ ଓପନର ହାସିମ୍ ଆମଲାଙ୍କୁ ପାଭିଲନ୍ ରାସ୍ତା ଦେଖାଇଥିଲେ ଯଶପ୍ରୀତ ବୁମରାହ। ଏହାପରେ ୨୪ ରନରେ ଖସିଛି ଦ୍ୱିତୀୟ ଓ୍ଵିକେଟ୍। ତାଙ୍କୁ ମଧ୍ୟ ଆଉଟ୍ କରିଛନ୍ତି ବୁମରାହ।

ବିଜୟରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ମୈଦନାକୁ ଓହ୍ଲାଇଛି ମେନ୍ ଇନ୍ ବ୍ଲୁ। ବିରାଟ କୋହଲିଙ୍କ ନେତୃତ୍ୱରେ ଅଭିଜ୍ଞ ଓ ଯୁବ ବାହିନୀକୁ ନେଇ ଖେଳୁଛି ଭାରତ। ଆଜିର ମ୍ୟାଚରେ ମହମ୍ମଦ ସାମିଙ୍କୁ ବିଶ୍ରାମ ମିଳିଥିଲା ବେଳେ ଦୁଇ ଜଣ ଫାଷ୍ଟ ବୋଲର ଓ ଦୁଇ ଜଣ ସ୍ପିନରଙ୍କୁ ନେଇ ଖେଳୁଛି ଟିମ୍ ଇଣ୍ଡିଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.