ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏହି ବ୍ୟକ୍ତି ଦେଇଥାନ୍ତେ ଅଜଗର ଚମଡାରେ ପ୍ରସ୍ତୁତ ଜୋତା, କିନ୍ତୁ ଏବେ ଭୋଗୁଛନ୍ତି ଏହି ଦଶା

ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଇଦରେ ଉପହାର ଦେବାକୁ ଜଣେ ଜୋତା କାରିଗର ଅଜଗର ଚମଡାରେ ଏକ ହଳ ଜୋତା ପ୍ରସ୍ତୁତ କରିଥିଲେ । କିନ୍ତୁ ଏହି ଜୋତା ଉପହାର ଦେବା ପୁର୍ବରୁ ତାଙ୍କ ଉପରକୁ ଏକ ବଡ଼ ଅସୁବିଧା ଆସିଛି। ଆଜ୍ଞା ହଁ ଉପହାର ଦେବା ପୂର୍ବରୁ ବନ ବିଭାଗ ତାଙ୍କ ବିରୁଦ୍ଧରେ କରିଛି କାର୍ଯ୍ୟାନୁଷ୍ଠାନ।

ପାକିସ୍ତାନର କ୍ଷବେର ପଖତୁନଖୱା ବନବିଭାଗ ଏହି ଜୋତା ହଳକୁ ଜବତ କରିଛି। ଏହି ଜୋତା କରିଗରଙ୍କ ନାମ ନୁରୁଦ୍ଧୀନ ଓ ସେ ଜେହାଙ୍ଗିପୁରା ବଜାରରେ ଜୋତା ବ୍ୟବସାୟ କରୁଥିଲେ । ବନ୍ୟଜନ୍ତୁ ସମ୍ପଦ ଧାରା ଅନୁସାରେ ବ୍ୟବସାୟୀଙ୍କ ଉପରେ ୫୦ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ପାକିସ୍ତାନ ବନ ବିଭାଗ।

ନୁରୁଦ୍ଧୀନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଜରିମାନା ଦେବା ପରେ ମୋତେ ଜୋତା ହଳକ ମିଳିଯାଇଛି। ଏବେ ମୁଁ ଏହି ଜୋତା ହଳକୁ ପ୍ରଧାନମନ୍ତ୍ରୀଙ୍କୁ ଉପହରା ସ୍ବରୂପ ଦେଇପାରିବି। ରିପୋର୍ଟ ଅନୁସାରେ ଜବତ କରାଯାଇଥିବା ଜୋତାକୁ ବ୍ୟବସାୟରେ ‘କ୍ୟାପ୍ଟେନ ସ୍ପେଷାଲ ଚପଲ’ କୁହାଯାଏ।

 

ନୁରୁଦ୍ଧୀନ କହିଛନ୍ତି ଆମ ପାଖରେ ଦୁଇ ହଳ ଜୋତା କରିବା ପାଇଁ ଅର୍ଡର ଥିଲା ଓ ଏଥିପାଇଁ ସାମଗ୍ରୀକୁ ୟୁଏସ(US) ଠାରୁ ମଗାଯାଇଥିଲା। ଏଥିରୁ ଗୋଟିଏ ହଳ ଜୋତା  ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରସ୍ତୁତ କରିଥିଲି। କିନ୍ତୁ  ନୁରୁଦ୍ଧୀନ ଏହି ସାମଗ୍ରୀକୁ କେଉଁଠୁ ଆଣିଛନ୍ତି ତାହାର ପ୍ରମାଣ ବନ ବିଭାଗ ଅଧିକାରୀଙ୍କୁ ଦେଇ ପାରିନଥିଲେ ।

ଜୋତାକୁ ଜବତ କରିବା ପାଇଁ ବନ ଅଧିକାରୀ ଜଣେ ଗ୍ରାହକ ହୋଇ ରବିବାର ଦିନ ଦୋକାନକୁ ଆସିଥିଲେ ଓ ବ୍ୟବସାୟୀଙ୍କୁ ଦାମୀ ଜୋତା ଦେଖାଇବାକୁ କହିଥିଲେ। ବ୍ୟବସାୟୀ ଜଣକ ଏମିତି କଥାରେ କଥାରେ ଅଜଗର ଚମଡା ଜୋତା ବିଷୟରେ କହି ଦେଖାଇଦେଇଥିଲେ, ଯାହାକୁ ବନ ବିଭାଗ ଅଧିକାରୀ ଜବତ କରିଥିଲେ। କାର୍ଯ୍ୟାନୁଷ୍ଠାନ ପରେ ବନ ବିଭାଗ ଏହି ଜୋତାକୁ ପରୀକ୍ଷାଗାରକୁ ପଠାଇ ଦେଇଛି।

ଟେଷ୍ଟ ପରେ ଏହି ଜୋତାଟି ଅଜଗର ସାପର ଚମଡାରେ ତିଆରି ହୋଇଛି ବୋଲି ଜଣା ପଡିଥିଲା। ସୋମବାର ଦିନ ଜରିମାନା ଭରିବା  ଓ ଆଫିଡିଭିଟରେ ଦସ୍ତଖତ କରିବା ପରେ ଜୋତାକୁ ଫେରାଇ ଦିଆଯାଇଥିଲା। ବନ୍ୟଜୀବଙ୍କ ଚମଡାର ବ୍ୟବହାର ନ କରିବା ପାଇଁ ଚେତାବନୀ ମଧ୍ୟ ଦେଇଥିଲା ବନବିଭାଗ ।

ପାକିସ୍ତାନରେ ବନ୍ୟଜୀବ ଅଧିନିୟମ ୨୦୧୫ ଅନୁସାରେ ସାପକୁ ବିକ୍ରୀ କରିବା ଓ କିଣିବା ଉପରେ କଟକଣା ଲଗାଯାଇଛି। ଅଧିନିୟମ ଅନୁସାରେ କାହାକୁ ବି ବିନା ଲାଇସେନ୍ସରେ କୌଣସି ବିଦେଶୀ ପଶୁକୁ(ଜୀବିତ ବା ମୃତ) ନିଜ ପାଖରେ ରଖିବାକୁ ଅନୁମତି ନାହିଁ।
ଏହି ମାମଲାରେ କ୍ଷବେର ପଖତୁନଖୱାର ପରିବେଶ ମନ୍ତ୍ରୀ ଇସ୍ତିୟାକ ଉରମୁର କହିଛନ୍ତି ଏଥିରେ କୌଣସି ଅସୁବିଧା ନାହିଁ କି ଏହା କହା ପାଇଁ  ତିଆରି ହେଇଛି। ଏହା ଏକ ବେଆଇନ ନିୟମ, ଏହାକୁ ବରଦାସ୍ତ କରାଯିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.