ଗତକାଲି ଘଟଣା ପରେ କେନ୍ଦ୍ରାପଡ଼ାରେ ବନ୍ଦ କରାଗଲା ଇଣ୍ଟରନେଟ୍ ସେବା

କେନ୍ଦ୍ରାପଡ଼ା ସହର ଓ ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ। ଗତକାଲି ଘଟିଥିବା ଏକ ଘଟଣା ପରେ ସତର୍କତାମୂଳକ ଭାବେ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାପାଳ ପ୍ରେମଚାନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି ।
ଗତକାଲି କେନ୍ଦ୍ରାପଡ଼ା ବଡାହାଟରେ ବାପା ଓ ପୁଅ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏନେଇ ଥାନାରେ ଏତଲା ଦିଆଯାଇଥିଲା। ତେବେ ଘଟଣାରେ କାହାରିକୁ ଗିରଫ କରାନଯିବାରୁ ଲୋକେ ଉତ୍ୟକ୍ତ ହୋଇ ଥାନା ଘେରାଉ କରିଥିଲେ। ପରେ ଏସ୍ପି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ପରେ ପରିସ୍ଥିତି ଶାନ୍ତ ପଡିଥିଲା।