ନିଖୋଜର ୪୨ ଘଣ୍ଟା ପରେ ମଧ୍ୟ ଏଏନ-୩୨ ବିମାନର ନାହିଁ ପତ୍ତା, ଜାରି ରହିଛି ସର୍ଚ୍ଚ ଅପରେସନ୍

କୁଆଡ଼େ ଉଭେଇ ଗଲା ଭାରତୀୟ ବାୟୁସେନାର ବିମାନ ଏଏନ-୩୨ । ନିଖୋଜର ୪୨ ଘଣ୍ଟା ପରେ ବି ମିଳୁନି ବିମାନର ପତ୍ତା । ପାଗ ଖରାପ ଯୋଗୁ ସର୍ଚ୍ଚ ଅପରେସନ୍‌ରେ ବାଧା ସୃଷ୍ଟି ହୋଇଛି । ସାଟେଲାଇଟ୍‌, ସ୍ପାଇ ଏୟାରକ୍ରାଫ୍ଟ, ଫାଇଟର ପ୍ଲେନ୍‌, ହେଲିକପ୍ଟର ଓ ସେନା ଯବାନ ସର୍ଚ୍ଚ ଅପରେସନ୍‌ରେ ଲାଗିଛନ୍ତି । ସୁଖୋଇ-୩୦ ଓ ସି-୧୩୦ ଏୟାରକ୍ରାଫଟ ମଧ୍ୟ ନିୟୋଜିତ ହୋଇଛନ୍ତି । ସୋମବାର ଚୀନ ସୀମାରେ ବିମାନଟି ନିଖୋଜ ହୋଇଯାଇଥିଲା । ବିମାନରେ ଥିଲେ ୮ କ୍ରିଉ ମେମ୍ବରଙ୍କ ସମେତ ମୋଟ୍‌ ୧୩ ଜଣ । ଆସାମର ଜୋରାହାଟରୁ ଦିନ ୧୨ଟା ୨୫ରେ ଏଏନ-୩୨ ବିମାନ ଉଡ଼ାଣ ଭରିଥିଲା । ଏଏନ-୩୨ର ଶେଷ ଲୋକେସନ୍‌ ଅରୁଣାଚଳ ପ୍ରଦେଶର ପଶ୍ଚିମ ସିଆଙ୍ଗର ଚୀନ୍‌ ସୀମାରେ ଦେଖିବାକୁ ମିଳିଥିଲା । ଏହି ଲୋକେସନ୍‌ର ଆଖପାଖରେ ବୀମା ଥିବା ଅନୁମାନ କରାଯାଉଛି ।

ପୂର୍ବରୁ ୨୦୧୬ରେ ମଧ୍ୟ ଏକ AN-32 ବିମାନ ନିଖୋଜ ହୋଇଥିଲା। ଚେନ୍ନାଇରୁ ଆଣ୍ଡାମାନ ନିକୋବର ଯାଉଥିବା ବିମାନଟି ବଙ୍ଗୋପସାଗରରେ ନିଖୋଜ ହୋଇଯାଇଥିବା ବେଳେ ଏଥିରେ ୨୯ ଜଣ ଥିଲେ । ସେହି ବିମାନର ସନ୍ଧାନ ଏଯାଏ ମିଳି ନାହିଁ ।

Leave A Reply

Your email address will not be published.