ଚୁଇଂଗମ୍ ଚୋବାଇବା ଅଭ୍ୟାସ ଥିଲେ ହୋଇଯାଆନ୍ତୁ ସାବଧାନ !

ଯୁଗ ବଦଳିବା ସହ ବଦଳିଛି ଚୁଇଂଗମ ବା ବବଲଗମର ଚେହେରା। ବଜାରରେ ଏବେ ଭିନ୍ନ ଭିନ୍ନ ପ୍ରକାରର ଏବଂ ଫ୍ରେବରର ଚୁଇଂଗମ୍ ମିଳୁଥିବା ଦେଖାଯାଉଛି। କିଛିଲୋକ ଟାଇମପାସ କରିବା ପାଇଁ ଚୁଇଂଗମ୍ ଖାଉଥିବା ବେଳେ କିଛିଙ୍କୁ ଏହା ଖାଇବାର ଅଭ୍ୟାସ ରହିଥାଏ। ଯଦି ଏହି ଲୋକଙ୍କ ମଧ୍ୟରେ ଆପଣ ସାମିଲ ଅଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଏହା ଆପଣଙ୍କ ଜୀବନପ୍ରତି ହାନିକାରକ ସାବ୍ୟସ୍ତ ହୋଇପାରେ।
ଚୁଇଂଗମରେ ରହିଥିବା ଫୁଡ୍ ଏଡିଟିବ କାରଣରୁ ଆପଣଙ୍କୁ କୋଲେଷ୍ଟ୍ରଲ ଏବଂ କ୍ଯାନ୍ସର ଭଳି ଗମ୍ଭୀର ରୋଗ ହେବାର ସମ୍ଭାବନା ରହିଥାଏ। ନିକଟରେ ହୋଇଥିବା ଏକ ଷ୍ଟଡି ମୁତାବକ ଚୁଇଂଗମ୍ ଏବଂ ମାୟୋନିଜ ଭଳି ଜିନିଷ ଗୁଡିକରେ ବାଇଟିଂ ଭଳି ଜିନିଷ ଖୁବ ମାତ୍ରାରେ ମିଳିଥାଏ। ଯାହାର ନିୟମିତ ସେବନ ଏସିଡିଟି, ପେଟ ଜଳିବା ଭଳି ସମସ୍ଯା ସହ କୋଲେଷ୍ଟ୍ରଲ ସମସ୍ଯାର କାରଣ ହୋଇଥାଏ।
ଏକ ରିସର୍ଚ୍ଚରୁ ଜଣାପଡିଛି, ବର୍ତ୍ତମାନ ଅନେକ ଖାଦ୍ଯରେ ଫୁଡ ଏଡିଟିଭର ବ୍ଯବହାର କରାଯାଉଛି। ଯାହାକୁ ଦୈନନ୍ଦିନ ଖାଦ୍ଯରେ ସମସ୍ତେ ଗ୍ରହଣ କରୁଛନ୍ତି ।କିନ୍ତୁ ଏହା ଶରୀରକୁ ଯିବା ମାତ୍ରେ ଏହା ଆମ ପାଚନକ୍ରିୟାରେ ପ୍ରଭାବ ପକାଇବା ସହ କ୍ଯାନ୍ସର ହେବାର ସମ୍ଭାବନା ବଢ଼ାଇଥାଏ। ଏହି ଅନୁସନ୍ଧାନ ଫ୍ରାଟିୟର୍ସ ଏଣ୍ଡ ନ୍ଯୁଟ୍ରିସନ୍ ନାମକ ଏକ ଜର୍ନାଲରେ ପ୍ରକାଶିତ ହୋଇଥିଲା।