Below header

କିଟ୍ ଏବଂ କିସ୍ ପକ୍ଷରୁ ପାଳନ ହୋଇଛି ବିଶ୍ବ ପରିବେଶ ଦିବସ, କରାଯାଇଛି ଶତାଧିକ ବୃକ୍ଷରୋପଣ

ଭୁବନେଶ୍ବର(କେନ୍ୟୁଜ୍) : କିଟ୍ ଓ କିସ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ। ଏହି ଅବସରରେ କିଟ୍ ଓ କିସର କର୍ମଚାରୀ ଓ ଛାତ୍ରଛାତ୍ରୀ ଶତାଧିକ ବୃକ୍ଷରୋପଣ କରିଛନ୍ତି। ପ୍ରତିବର୍ଷ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ତତ୍ତ୍ୱାବଧାନରେ କିଟ୍ ଓ କିସ୍ ପରିସରରେ ଲକ୍ଷାଧିକ ବୃକ୍ଷରୋପଣ କରାଯାଇଥାଏ । କ୍ୟାମ୍ପସକୁ ପ୍ରଦୂଷଣ ମୁକ୍ତ କରିବା ସହ ସୁସ୍ଥ ବାତାବରଣ ଓ ସୌନ୍ଦର‌୍ୟ୍ୟ ବୃଦ୍ଧି କରିବା ଲକ୍ଷ୍ୟେରେ ପ୍ରତିବର୍ଷ କ୍ୟାମ୍ପସରେ ବୃକ୍ଷକ୍ରୋପଣ କରାଯାଇଥାଏ।

ଚଳିତବର୍ଷ ଫନି ବାତ୍ୟା ଯୋଗୁ ଉଭୟ କିଟ୍ ଓ କିସର ସବୁଜିମା ନଷ୍ଟ ହୋଇଛି। ଦୀର୍ଘ ୧୦ବର୍ଷରୁ ଅଧିକ ସମୟ ଧରି ରୋପଣ କରାଯାଇଥିବା ବହୁ ଗଛ ବାତ୍ୟାରେ ନଷ୍ଟ ହୋଇଯାଇଛି। ପ୍ରତିଷ୍ଠାତା ଡ.ସାମନ୍ତଙ୍କ ତତ୍ତ୍ୱାବଧାନରେ ଗୋଟିଏ ବର୍ଷରେ ସମାନ ପରିମାଣରେ ଗଛ କିଟ୍ ଓ କିସରେ ବିଭିନ୍ନ କ୍ୟାମ୍ପସରେ ଲଗାଯାଇ ସେଗୁଡିକୁ ବୃଦ୍ଧି କରାଯିବା ଲକ୍ଷ୍ୟ ରଖାଯାଇଛି। ଏହାବ୍ୟବତୀତ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଗଛ ନଷ୍ଟ ହୋଇଯାଇଥିବାବେଳେ କେତେକେ ସ୍ଥାନରେ କିଟ୍ ଓ କିସ୍ ପକ୍ଷରୁ ବୃକ୍ଷରୋପଣ ମଧ୍ୟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.