ଫେସବୁକ୍ ଦ୍ବାରା ଦୈନିକ ଜିତି ପାରିବେ ତିନି ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ : ସୋସିଆଲ ମିଡିଆ ସାଇଟ ଫେସବୁକ୍ ଏବେ ଆପଣଙ୍କୁ ଦୈନିକ ତିନି ଲକ୍ଷ ଟଙ୍କା ଜିତିବାର ମଉକା ଦେବାକୁ ଯାଉଛି। ମଙ୍ଗବାର ଦିନ ଫେସବୁକ୍ ଘୋଷଣା କରିବାକୁ ଯାଇ କହିଛି ଜୁନ୍ ୧୨ ତାରିଖରୁ ଏକ ଇଣ୍ଟରେକ୍ଟିଭ୍ ଗେମ୍ ଲଞ୍ଚ ହେବାକୁ ଯାଉଛି ଯେଉଁଥିରେ ୟୁଜର୍ସ ଦୈନିକ ୩ ଲକ୍ଷ ପର୍ଯ୍ୟନ୍ତ ଉପହାର ଜିତି ପାରିବେ।

facebook

ସୂଚନା ଅନୁଯାୟୀ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଗେମର ଭିଡିଓ ବୁଧବାରରୁ ରବିବାର ପର୍ଯ୍ୟନ୍ତ ଫେସବୁକ୍ ଭିଡିଓ ଏବଂ ଫେସବୁକ୍ ୱାଚରେ ପ୍ରସାରିତ ହେବ। ଏଥିରେ ଭାଗ ନେବାକୁ ଥିବା ପ୍ରତିଯୋଗୀ ମାନଙ୍କୁ ପପ୍ କଳ୍ଚର ଟ୍ରିବେୟା ସହ ଜଡିତ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଏବଂ ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିବା ବ୍ୟକ୍ତି ୩ଲକ୍ଷ ଟଙ୍କା ଜିତିବାର ମଉକା ପାଇପାରିବେ।

facebook 1

ଏହି ଇନରେକ୍ଟିଭ୍ ଗେମକୁ ସର୍ବପ୍ରଥମେ ଆମେରିକାରେ ଲଞ୍ଚ କରାଯାଇଥିଲା। ଫେସବୁକର ନିର୍ଦ୍ଦେଶକ ଏବଂ ପ୍ରମୁଖ ମନିଷ ଚୋପ୍ରାଙ୍କ କହିବାନୁଯାୟୀ, ଏହି ଗେମ୍ ଦ୍ବାରା ଅଧିକ ମାତ୍ରାରେ ୟୁଜର୍ସ ଫେସବୁକ ସହ ଜଡିତ ହୋଇପାରିବେ। ତେବେ ଏହି ଶୋ ଏକ୍ସକ୍ୟୁସିଭ୍ ଭାବେ ଫେସବୁକ୍ ୱାଚରେ ପ୍ରସାରିତ ହେବାକୁ ଯାଉଛି। ତେବେ ଏହା ଦ୍ବାରା ଫେସବୁକ୍ ୟୁଟ୍ୟୁବକୁ ଟକ୍କର ଦେବ ବୋଲି କୁହାଯାଉଛି।