Below header

ମିଶନ ୨୦୨୪ ଟି-ଟ୍ବେଣ୍ଟି ବିଶ୍ବକପ୍, ଆଜି ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ

ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି ଟ୍ବେଣ୍ଟି। ଏଥର ନୂଆ ଫର୍ମାଟରେ ରାତି ୭ଟାରେ ବିଶାଖାପାଟ୍ଟନମରେ ଖେଳାଯିବ ମ୍ୟାଚ୍। ବହୁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ୨୦୨୧ ପରଠୁ ସୂର୍ଯ୍ୟକୁମାର ଯାଦବ ଭାରତର ନବମ ଟି-ଟ୍ବେଣ୍ଟି ଅଧିନାୟକ ଭାବେ ଗ୍ରାଉଣ୍ଟକୁ ଓହ୍ଲାଇବେ।

ମିଶନ ୨୦୨୪ ଟି-ଟ୍ବେଣ୍ଟି ବିଶ୍ବକପ୍। ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି ଟ୍ବେଣ୍ଟି। ଏଥର ନୂଆ ଫର୍ମାଟରେ ରାତି ୭ଟାରେ ବିଶାଖାପାଟ୍ଟନମରେ ଖେଳାଯିବ ମ୍ୟାଚ୍। ବହୁ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। ୨୦୨୧ ପରଠୁ ସୂର୍ଯ୍ୟକୁମାର ଯାଦବ ଭାରତର ନବମ ଟି-ଟ୍ବେଣ୍ଟି ଅଧିନାୟକ ଭାବେ ଗ୍ରାଉଣ୍ଟକୁ ଓହ୍ଲାଇବେ। ଚଳିତ ବର୍ଷ ହାର୍ଦ୍ଦିକ ପାଣ୍ଡା, ଯଶପ୍ରୀତ ବୁମରା ଓ ଋତୁରାଜ ଗାଏକୱାଡ୍ ଟି-ଟ୍ବେଣ୍ଟି ଅଧିନାୟକ ନିଯୁକ୍ତ ହୋଇସାରିଛନ୍ତି। ପାଣ୍ଡା ଆହତ ଥିବାରୁ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି।

ଯୁବ ତାରକା ତିଳକ ବର୍ମା, ଯଶସ୍ବୀ ଜୈସ୍ବାଲ ଓ ରିଙ୍କୁ ସିଂହଙ୍କ ଉପରେ ନଜର ରହିବ। ବିଶାଖାପାଟଟ୍ଟନମରେ ଅଷ୍ଟ୍ରେଲିଆର ରେକର୍ଡ ଉନ୍ନତ ରହିଛି। ୨ଟି ଯାକ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ୪ଟି ଦିନିକିଆ ଓ ଗୋଟିଏ ଟି-ଟ୍ବେଣ୍ଟି ଖେଳିଛି। ଏଥିରୁ ଦଳ କେବଳ ଗୋଟିଏ ମ୍ୟାଚରେ ପରାଜିତ ହୋଇଛି। ଗତ ମାର୍ଚ୍ଚ ମାସରେ ଉଭୟ ଦଳ ଏଠାରେ ଦିନିକିଆ ଖେଲିଥିଲେ। ଅଷ୍ଟ୍ରେଲିଆ ୧୦ ୱିକେଟରେ ବିଜୟ ହାସଲ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.