Below header

ଇନ୍ଦୋରରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଗୁରୁବାର ଠାରୁ, ଭାରତୀୟ ଖେଳାଳି ପିଙ୍କ୍‌ ବଲ୍‌ରେ କରୁଛନ୍ତି ଅଭ୍ୟାସ

ଇନ୍ଦୋର : ଆସନ୍ତା ଗୁରୁବାର ଠାରୁ ଏଠାରେ ଆରମ୍ଭ ହେବ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ । ଏହି ମ୍ୟାଚ୍‌ ଶେଷ ହେବାର ମାତ୍ର ତିନି ଦିନ ପରେ ନଭେମ୍ବର ୨୨ରୁ କୋଲକାତାର ଇଡେନ୍‌ ଗାର୍ଡନ୍ସରେ ଖେଳାଯିବ ଦିବାରାତ୍ର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ । ପ୍ରଥମ ଟେଷ୍ଟ ଆଉ ଗୋଟିଏ ଦିନ ପରେ ଖେଳାଯିବାକୁ ଥିଲେ ମଧ୍ୟ ଦ୍ୱିତୀୟ ଟେଷ୍ଟ ପାଇଁ ଏଠାରେ ଭାରତୀୟ ଖେଳାଳିମାନେ ଅଭ୍ୟାସ ଚଳାଛନ୍ତି । କାରଣ କୋଲକାତା ଟେଷ୍ଟରେ ଗୋଲାପି ବଲ୍‌ରେ ଖେଳାଯିବ । ତେଣୁ ଭାରତୀୟ ଖେଳାଳିମାନେ ଏହି ବଲ୍‌ରେ ଏଠାରେ ଅଭ୍ୟାସ ଚଳାଛନ୍ତି ।


ଭାରତୀୟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ କହିଛନ୍ତି ଯେ ଆମେ ଦୁଲୀପ ଟ୍ରଫିରେ ଗୋଲାପି ବା ପିଙ୍କ୍‌ ବଲ୍‌ରେ ଖେଳିଛୁ । ବିଶେଷ ଅସୁବିଧା ହେବ ନାହିଁ । ତଥାପି ଅଭ୍ୟାସ ରହିଲେ ଆହୁରି ଭଲ ଖେଳିବୁ । ତେଣୁ ଏହି ନୂଆ ବଲ୍‌ରେ ପ୍ରାକ୍ଟିସ୍‌ କରୁଛୁ ।

ସେପଟେ ଛୁଟି କଟାଇବା ପରେ ଫେରି ଆସିଛନ୍ତି ଅଧିନାୟକ ବିରାଟ କୋହଲି । ଆଜି ଦଳ ସହିତ ଏଠାରେ ଅଭ୍ୟାସ କରିଛନ୍ତି । ସେହିପରି ବାଂଲାଦେଶ ଦଳ ମଧ୍ୟ ବେଶ୍‌ କିଛି ସମୟ ନେଟ୍‌ ଅଭ୍ୟାସ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.