Below header

‘ମୋତେ ଚୟନ କର’ : ଶତକ କରି ଜଣାଇ ଦେଲେ ମୁରଲୀ ବିଜୟ

ସିଡନୀ : ଭାରତ ଓ କ୍ରିକେଟ୍‌ ଅଷ୍ଟ୍ରେଲିଆ ଏକାଦଶ ମଧ୍ୟରେ ଖେଳା ଯାଇଥିବା ୪ ଦିନିଆ ଅଭ୍ୟାସ ମ୍ୟାଚ୍‌ ଡ୍ର ରହିଛି । ଆଜି ଚତୁର୍ଥ ତଥା ଶେଷ ଦିନରେ ଭାରତୀୟ ଦଳ ତାର ଦ୍ୱିତୀୟ ଇନିଂସ୍‌ରେ ୨ ଓ୍ଵିକେଟ୍‌ ହରାଇ ୨୧୧ ରନ୍‌ କରିଥିବା ବେଳେ ଖେଳ ଶେଷ ହୋଇଥିଲା । ତେବେ ଏହି ପାଳିରେ ଓପ୍ନର ମୁରଲୀ ବିଜୟ ଚମତ୍କାର ଶତକ (୧୨୯ ରନ୍‌) ହାସଲ କରି ଚୟନକର୍ତ୍ତାଙ୍କୁ ଚେତାବନୀ ଦେଇଛନ୍ତି । ଯୁବ ଓପ୍ନର ପୃଥ୍ଵୀ ସ ଆହତ ଥିବାରୁ ବିଜୟ ପ୍ରଥମ ଟେଷ୍ଟରେ ନିଜ ସ୍ଥାନ ପକ୍କା କରିବାର ସୁଯୋଗ ସୃଷ୍ଟି ହୋଇଛି । ଏହା ଛଡ଼ା ଗତ ଅଷ୍ଟ୍ରେଲିଆ ଗସ୍ତ ବେଳେ ବିଜୟ ବହୁତ ଭଲ ଇନିଂସ୍‌ ସବୁ ଖେଳିଥିଲେ । ଆଜି ବିଜୟଙ୍କ ସହ ଓପନ୍‌ କରିଥିବା ଲୋକେଶ ରାହୁଲ ୯୮ ବଲ୍‌ରୁ ସ୍କୋର୍‌ କରିଥିଲେ ୬୨ ରନ୍‌ ।
ପୂର୍ବରୁ ଭାରତର ୩୫୮ ରନ୍‌ ଜବାବରେ କ୍ରିକେଟ୍‌ ଆଷ୍ଟ୍ରେଲିଆ ଏକାଦଶ ୧୦ ଓ୍ଵିକେଟ୍‌ ହରାଇ ୫୪୪ ରନ୍‌ କରିଥିଲା । ଗତକାଲି ଠାରୁ ଅପରାଜିତ ଥିବା ହ୍ୟାରୀ ନିଏଲସେନ୍‌ ଶତକ ହାସଲ କରିଥିବା ବେଳେ ଆରୋନ୍‌ ହାର୍ଡି ୮୬ ରନ୍‌ କରିଥଲେ ।
ପ୍ରଥମ ଦିନ ବର୍ଷା ଯୋଗୁଁ ଖେଳ ହୋଇ ପାରି ନଥିଲା । ତେଣୁ ମ୍ୟାଚ୍‌ଟି ତିନି ଦିନରେ ସୀମତ ରହିଥିଲା ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ସିରିଜ୍‌ର ପ୍ରଥମ ଟେଷ୍ଟ ଆଡିଲେଡ୍‌ ଠାରେ ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ।

ସ୍କୋର : ଭାରତ ପ୍ରଥମ ଇନିଂସ୍‌-୩୫୮ । ଦ୍ୱିତୀୟ ଇନିଂସ୍‌-୨୧୧/୨ (କେଏଲ୍‌ ରାହୁଲ ୬୨, ମୁରଲୀ ବିଜୟ ୧୨୯, ହନୁମା ବିହାରୀ ଅପରାଜିତ ୧୫) । କ୍ରିକେଟ୍‌ ଅଷ୍ଟ୍ରେଲିଆ ଏକାଦଶ ପ୍ରଥମ ଇନିଂସ୍‌-୫୪୪/୧୦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.