Below header

ଜାଣନ୍ତୁ , କେବେ ଏବଂ କିପରି ବଢ଼ାଇବେ ଆପଣଙ୍କ କ୍ରେଡ଼ିଟ କାର୍ଡ଼ ଲିମିଟ୍

ନୂଆଦିଲ୍ଲୀ : ବତ୍ତର୍ମାନ ଯୁଗରେ ପ୍ରାୟ ସମସ୍ତ ବ୍ୟକ୍ତିଙ୍କ ପାଖରେ ଦେଖିବାକୁ ମିଳୁଛି କ୍ରେଡ଼ିଟ କାର୍ଡ଼ ।ଆପଣ ଜାଣିଥିବେ ପ୍ରତ୍ୟେକ କ୍ରେଡ଼ିଟ କାର୍ଡ଼ ସହ ମିଳିଥାଏ ଏକ ନିର୍ଦ୍ଧିଷ୍ଟ କ୍ରେଡ଼ିଟ ଲିମିଟ୍। କ୍ରେଡ଼ିଟ ଲିମିଟ ସେହି ରାଶି ଯାହାକୁ ବିଲିଂଙ୍ଗ ସାଇକେଲରେ ଗ୍ରାହକ ଖର୍ଚ୍ଚ କରିଥାନ୍ତି। କ୍ରେଡ଼ିଟ ଲିମିଟ ସେଟ କରିବା ଦ୍ବାରା ତାହା ଭଲ କ୍ରେଡ଼ିଟ ଲିମିଟ ବଜାୟ ରଖିବାରେ ସହାୟକ ହୋଇଥାଏ। ତେବେ ଭିନ୍ନଭିନ୍ନ ବ୍ୟାଙ୍କ ପ୍ରତ୍ୟେକ କ୍ରେଡ଼ିଟ କାର୍ଡ଼ରେ ଭିନ୍ନ ଭିନ୍ନ କ୍ରେଡ଼ିଟ ଲିମିଟ ଦେଇଥାଏ।

କ୍ରେଡ଼ିଟ ଲିମିଟ ନିର୍ଣ୍ଣୟ କରିବା ପଛରେ ଗ୍ରାହକଙ୍କ ବିଭିନ୍ନ ଜିନିଷର ଯାଞ୍ଚ କରାଯାଇଥାଏ। କୌଣସି ଗ୍ରାହକଙ୍କୁ କ୍ରେଡ଼ିଟ ଲିମିଟ ଦେବା ସମୟରେ ତାଙ୍କର କ୍ରେଡ଼ିଟ ହିଷ୍ଟ୍ରୀ, ରୋଜଗାର, ଲୋନ ଏବଂ ଅନ୍ୟ ବ୍ୟାଙ୍କ ଦ୍ବାରା ଜାରି କରାଯାଇଥିବା କ୍ରେଡ଼ିଟ କାର୍ଡ଼ ଏବଂ ତାହାର ଲିମିଟ ଯାଞ୍ଚ କରିଥାଏ। ତେବେ ଏପରି ଆନେକ ବ୍ୟାଙ୍କ ରହିଛି ଯେଉଁମାନେ ଏହି ସମସ୍ତ ଜିନିଷର ତଦନ୍ତ ନକରି ମଧ୍ୟ କ୍ରେଡ଼ିଟ କାର୍ଡ଼ ଜାରୀ କରିଥାନ୍ତି।

Credit-Limit

କେତେବେଳେ ବଢ଼ିବ ଲିମିଟ ?

କ୍ରେଡ଼ିଟ କାର୍ଡ଼ ଆରମ୍ଭ ସମୟରେ ରୋଜଗାର ହିସାବରେ କ୍ରେଡ଼ିଟ ଲିମିଟ ରହିଥାଏ। ଏହା ଦ୍ବାରା କିଛି ସମୟରେ ପରେ ଲାଗିଥିଲା କି କ୍ରେଡ଼ିଟ ଲିମିଟ କମ ରହିଥିଲା। ଏଣୁ ଗ୍ରାହକ ଅଧିକ ଖର୍ଚ୍ଚ କରିପାରନ୍ତି ନାହିଁ। କିନ୍ତୁ ରୋଜଗାର ବଢ଼ିବା ସହ ଗ୍ରାହକଙ୍କ ଖର୍ଚ୍ଚ ମଧ୍ୟ ବଢ଼ିଯାଇଥାଏ। ଏଥିପାଇଁ ପ୍ରତି ତିନି-ଚାରି ବର୍ଷରେ କ୍ରେଡ଼ିଟ କାର୍ଡ଼ ଲିମିଟକୁ ବଢ଼ାଇବା ଉଚିତ୍। କିନ୍ତୁ ନିଜର କ୍ରେଡ଼ିଟ ଲିମିଟ ବଢ଼ାଇବା ପୂର୍ବରୁ ନିଜର ଆୟ ଏବଂ ବ୍ୟୟ ଜାଣିରଖନ୍ତୁ।

credit-card-data

କ୍ରେଡ଼ିଟ କାର୍ଡ଼ ଲିମିଟ ବଢ଼ାଇବାର ଉପାୟ :

ନିଜର କ୍ରେଡ଼ିଟ କାର୍ଡ଼ ଲିମିଟ ବଢ଼ାଇବା ପାଇଁ ପ୍ରଥମେ ନିଜ ବ୍ୟାଙ୍କ ସହ ସେନେଇ କଥା ହୁଅନ୍ତୁ। ପରେ ବ୍ୟାଙ୍କ ଆପଣଙ୍କ ସମସ୍ତ ତଥ୍ୟର ତଦନ୍ତ କରିବା ସହ ଆପଣଙ୍କ କାର୍ଡ଼ର ଲିମିଟ ବଢ଼ାଇବ। ଏହା ସହ ବ୍ୟାଙ୍କ ଆପଣ ସଠିକ୍ ସମୟରେ ଖର୍ଚ୍ଚ କରିଥିବା ଟଙ୍କାର ପିଇଠ କରୁଛନ୍ତି କି ନାହିଁ ତାହାର ମଧ୍ୟ ତଦନ୍ତ କରିବ। ବ୍ୟାଙ୍କ ଆପଣଙ୍କ କ୍ରେଡ଼ିଟ ସ୍କୋର ଦେଖିବା ପରେ ଆପଣଙ୍କ କାର୍ଡ଼ ଲିମିଟ ବଢ଼ାଇଥାଏ। ଏପରିକି ଗ୍ରାହକ ନିଜ ଲିମିଟ ବଢ଼ାଇବା ପାଇଁ ବ୍ୟାଙ୍କ କଷ୍ଟମର କେୟାରକୁ ମଧ୍ୟ କଲ କରି ଆବେଦନ କରିପାରିବେ।

ଯଦି ବ୍ୟାଙ୍କ ଦ୍ବାରା ନିର୍ଦ୍ଧାରିତ ସମୟ ପୂର୍ବରୁ ଆପଣଙ୍କ ରୋଜଗାର ବା ଆମଦାନୀ ବଢ଼ିଯାଇଛି। ତେବେ ନିଜର ଇନକମ୍ ସାର୍ଟିଫିକେଟ ଦେଖାଇ ଆପଣ ନିଜର ଲିମିଟ ବଢ଼ାଇ ପାରିବେ। ଏଥିପାଇଁ ସଠିକ୍ ଖର୍ଚ୍ଚ ଏବଂ ପେମେଣ୍ଟ ହିଷ୍ଟ୍ରୀ ରହିବା ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.