Below header

ଅଭିଯୁକ୍ତକୁ ଗିରଫ ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା

କଣ୍ଟାବାଞ୍ଜି(କେନ୍ୟୁଜ୍) : ଅଭିଯୁକ୍ତକୁ ଗିରଫ ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା। ଏଥିଯୋଗୁଁ କଣ୍ଟାବାଞ୍ଜିରେ ଦୋକାନ ବଜାର, ସରକାରୀ ବେସରକାରୀ ଅଫିସ୍, ବ୍ୟାଙ୍କ ବନ୍ଦ ରହିଛି। ବସ୍ ଚଳାଚଳ, ସ୍କୁଲ କଲେଜ ବନ୍ଦ ରହିଛି। ଏହି ବନ୍ଦ ଡାକରାରେ କଣ୍ଟାବାଞ୍ଜିର ବିଭିନ୍ନ ଅନୁଷ୍ଠାନ ସହ ,ସ୍ଥାନୀୟ ବିଜେପି ଓ ବିଜେଡି ନେତା ମଧ୍ୟ ସାମିଲ ହୋଇଛନ୍ତି। ସ୍ଥାନୀୟ ଇନ୍ଦିରା ଛକଠାରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି । ଗତ ୨୪ରେ କଣ୍ଟାବାଞ୍ଜିର ବ୍ୟବସାୟୀ ଆଶିଷ ଜୈନ୍କୁ ମାଡ଼ ମାରି ଗୁରୁତର କରିଥିବା ପୂର୍ବତନ କଂଗ୍ରେସ ବିଧାୟକଙ୍କ ପୁତୁରା ପ୍ରବୀଣ ସିଂ ସାଲୁଜାଙ୍କୁ ଗିରଫ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.