Below header

ଠିକଣା ସମୟରେ ଠିକଣା ଖେଳ ଦେଖାଇଲେ ଶୁଭ୍ରାଂଶୁ ଓ ଅଭିଷେକ

SUBHRANSU
ଶୁଭ୍ରାଂଶୁ ସେନାପତି

କଟକ (କେ ନ୍ୟୁଜ୍‌) : ଚତୁର୍ଥ ରାଉଣ୍ଡ ରଣଜୀ ମ୍ୟାଚ୍‌ରେ ତ୍ରିପୁରା ବିପକ୍ଷରେ ୫ ଓ୍ଵିକେଟ୍‌ରେ ଜିତିଲା ଓଡ଼ିଶା । କଟକ ଟାଙ୍ଗୀ ସ୍ଥିତ ଡ୍ରିମ୍ସ ପଡ଼ିଆରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ସାମନାରେ ଥିଲା ୨୧୫ ରନ୍‌ର ବିଜୟ ଲକ୍ଷ୍ୟ । ଗତକାଲି ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୫ ଓ୍ଵିକେଟ୍‌ ହରାଇ ୧୧୧ ରନ୍‌ କରିଥିଲା । ଆଜି ଶେଷ ଦିନରେ ଜିତିବା ପାଇଁ ଦରକାର ଥିଲା ୧୦୪ ରନ୍‌ ।

ABHISEK
ଅଭିଷେକ ରାଉତ

ଗତକାଲିର ଅପରାଜିତ ଦୁଇ ବ୍ୟାଟ୍‌ସମ୍ୟାନ୍‌ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ ଆଉ କୌଣସି କ୍ଷତି ନଘଟାଇ ବାକିଆ କାମ ସାରି ଦେଇଥିଲେ । ସେମାନେ ଅସମାପ୍ତ ଷଷ୍ଠ ଓ୍ଵିକେଟ୍‌ରେ ୧୩୮ ରନ୍‌ ଯୋଡ଼ିଥିଲେ । ଶୁଭ୍ରାଂଶୁ ୧୬୯ ବଲ୍‌ରୁ ୮୪ ଏବଂ ଅଭିଷେକ ୧୦୪ ବଲ୍‌ରୁ ୮୩ ରନ୍‌ ସ୍କୋର କରିଥିଲେ । ଏହି ମ୍ୟାଚ୍‌ ଜିତି ୬ ପଏଣ୍ଟ ହାସଲ କରିଛି ଓଡ଼ିଶା ଦଳ ।
ଓଡ଼ିଶା ଏପର୍ଯ୍ୟନ୍ତ ମୋଟ୍‌ ୪ଟି ମ୍ୟାଚ୍‌ ଖେଳି ୨ଟି ବିଜୟ, ଗୋଟିଏ ପରାଜୟ ଏବଂ ଗୋଟିଏ ମ୍ୟାଚ୍‌ ଡ୍ର ରଖି ମୋଟ୍‌ ୧୩ ପଏଣ୍ଟ ହାସଲ କରିଛି । ତଥାପି ଗ୍ରୁପ୍‌ ‘ସି’ରେ ରାଜସ୍ଥାନ (୧୮), ଉତ୍ତର ପ୍ରଦେଶ (୧୭) ଓ ଆସାମ (୧୪) ପଛକୁ ଚତୁର୍ଥ ସ୍ଥାନରେ ରହିଛି ।

ସ୍କୋର : ତ୍ରିପୁରା-୧୨୨ ଓ ୩୦୪ । ଓଡ଼ିଶା-୨୧୨ ଓ ୨୧୭/୫ । (ରାଜେଶ ଧୁପର ୩୭, ଶୁଭ୍ରାଂଶୁ ସେନାପତି ଅପରାଜିତ ୮୪, ଅଭିଷେକ ରାଉତ ଅପରାଜିତ ୮୩) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.