ଖୁବ ଶୀଘ୍ର ହ୍ବାଟ୍ସଆପରେ ହେବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ, ଯାହା ଗ୍ରାହକଙ୍କୁ କରିପାରେ ହଇରାଣ

ନୂଆଦିଲ୍ଲୀ : ଇଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟ୍ସଆପକୁ ନେଇ ଆସିଛି ଏକ ନୂଆ ଖବର। ଏବେ ଏହା ଜରିଆରେ କମ୍ପାନି କରିବାକୁ ଯାଉଛି ରୋଜଗାର। ଆଜ୍ଞା ହଁ, ଆଶା କରାଯାଉଛି ୨୦୧୯ ମସିହା ଆରମ୍ଭରେ ହ୍ବାଟ୍ସଆପ ଷ୍ଟାଟସରେ ଦେଖିବାକୁ ମିଳିବ ବିଜ୍ଞାପନ। ଆପଣଙ୍କୁ ଜଣାଇବାକୁ ଚାହିଁବୁ, ବର୍ତ୍ତମାନ ପର‌୍ୟ୍ୟନ୍ତ ହ୍ବାଟ୍ସଆପରେ କୌଣସି ପ୍ରକାରର ବିଜ୍ଞାପନ ଦିଆଯାଉନାହିଁ। କିନ୍ତୁ କମ୍ପାନି ଅନ୍ୟ ସୋସିଆଲ ମିଡ଼ିଆ ସାଇଟ ଭଳି ଏଥିରେ ମଧ୍ୟ ବିଜ୍ଞାପନ ଆଣିବା ସହ ରୋଜଗାର ବଢ଼ାଇବା ନେଇ ଖବର ରହିଛି। ତେବେ ଏହା ଦ୍ବାରା ଗ୍ରାହକଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିବ ବୋଲି କୁହାଯାଉଛି।

whats app

ମିଳିଥିବା ସୂଚନା ଅନୁଯାୟୀ, ହ୍ବାଟ୍ସଆପ ଷ୍ଟାଟସରେ ବିଜ୍ଞାପନ ଏକାସାଥିରେ ଆଡ଼୍ରୋଏଡ ଏବଂ ଆଇଓଏସରେ କରାଯିବ। ତେବେ ଏହାକୁ ବନ୍ଦ କରିବାର କୌଣସି ଅପସନ୍ ଗ୍ରାହକଙ୍କ ହାତରେ ରହିବନାହିଁ ଏଣୁ ଏନେଇ ଗ୍ରାହକଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ ବୋଲି କୁହାଯାଉଛି।

ବର୍ତ୍ତମାନ ପର‌୍ୟ୍ୟନ୍ତ ହ୍ବାଟ୍ସଆପ ତରଫରୁ ଏନେଇ କିଛି ଘୋଷଣା କରାଯାଇନାହିଁ।ଏହାଛଡ଼ା କେଉଁ ପ୍ରକାରର ବିଜ୍ଞାପନ ସେଥିରେ ଦିଆହେବ ତାହା ମଧ୍ୟ କିଛି ଜଣାପଡ଼ିନାହିଁ। ହ୍ବାଟ୍ସଆପର ଏହି ଫିଚରକୁ ଲାଗୁ କରିବା ନେଇ ଡଇଭରଗ୍ଧବସଦ୍ଭସଦ୍ଭଲକ୍ଟ ତରଫରୁ ଟ୍ବିଟରେ ଏକ ଭୋଟିଂ ପୋଲ କରାଯାଇଛି। ଯେଉଁଥିରେ ହ୍ବାଟ୍ସଆପ ଷ୍ଟାଟସ ବିଜ୍ଞାପନ ପରେ କେତେ ଗ୍ରାହକ ଆପ୍ ବ୍ୟବହାର କରିବେ ତାହା ପ୍ରଶ୍ନ ପଚରାଯାଇଥିଲା। ଯେଉଁଥିରେ ୬୦ ପ୍ରତିଶତ ୟୁଜର୍ସ ହ୍ବାଟ୍ସଆପ ବ୍ୟବହାର କରିବେ କହିଥିବା ବେଳେ ୪୦ ପ୍ରତିଶତ ଆପ ବ୍ୟବହାର କରିବା ଛାଡ଼ିଦେବେ କହିଛନ୍ତି।

whats app

ବର୍ତ୍ତମାନ ସମୟରେ ଦୁନିଆରେ ଅଧିକରୁ ଅଧିକ ଲୋକ ହ୍ବାଟ୍ସଆପ ମେସେଜିଂ ଆପର ବ୍ୟବହାର କରୁଛନ୍ତି। ଏପରିକି କମ୍ପାନି ଗ୍ରାହକଙ୍କୁ ଭଲ ସୁବିଧା ଦେବାକୁ ଯାଇ ଅତ୍ୟଧୁନିକ ଫିଚର ମଧ୍ୟ ଲଞ୍ଚ କରୁଛି। ତେବେ ଦେଖିବା ବାକି ରହିଲା କମ୍ପାନି ବିଜ୍ଞାପନ ଆରମ୍ଭ କରିବା ପରେ ଗ୍ରାହକଙ୍କ ସଂଖ୍ୟା ବଢ଼ୁଛି କି କମ୍ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.