ଆଜି ଦିନରେ ଭାରତୀୟ କ୍ରିକେଟ ଦଳ ରଚିଥିଲା ଇତିହାସ, ୨୮ ବର୍ଷ ତପସ୍ୟାର ମିଳିଥିଲା ଫଳ

ନୂଆଦିଲ୍ଲୀ : ୨୦୧୧ ମସିହାରେ ଆଜିର ଦିନରେ ଭାରତୀୟ କ୍ରିକେଟ ଦଳ ରଚିଥିଲା ଇତିହାସ। ୨ ଏପ୍ରିଲ ୨୦୧୧ ମସିହାରେ ୨୮ବର୍ଷର ଦୀର୍ଘ ତପସ୍ୟାର ଅନ୍ତ ଘଟିଥିଲା। ଆଜି ଦିନରେ ଶୀଲଙ୍କାକୁ ହରାଇ ଦ୍ବିତୀୟ ଥର ପାଇଁ କ୍ରିକେଟ ବିଶ୍ବ କପ ନିଜ ନାମରେ କରିଥିଲା ଭାରତ। ଭାରତୀୟ କ୍ରିକେଟ ଦଳର ଏହି ଦମଦାର ବିଜୟର ପ୍ରମାଣ ରହିଥିଲା ମୁମ୍ବାଇର ୱାଙ୍କେଡ଼େ ଷ୍ଟାଡିୟମ୍ ଏବଂ ସେଠାରେ ଉପସ୍ଥିତ ଦର୍ଶକ। ଏହି ବିଜୟ ପରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟେଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆ ପରେ ଏପରି ତ୍ରୁତୀୟ ଟିମ୍ ରହିଥିଲା ଯିଏ ବିଶ୍ବ କପ୍ ବିଜେତା ଟ୍ୟାଗକୁ ନିଜ ନାମରେ କରିବାରେ ସଫଳ ରହିଥିଲା।
ୱାଲ୍ଡ କପ୍ ୨୦୧୧ର ଫାଇନାଲରେ ଶ୍ରୀଲଙ୍କା ୨୭୪ ରନ କରିଥିଲା। ଏଥିରେ ଜୟବର୍ଦ୍ଧନଙ୍କର ୧୦୩ ରନ୍ ସାମିଲ ରହିଥିଲା। ଏହାର ପ୍ରତିଉତ୍ତରରେ ଭାରତ ଖେଳିବା ଆରମ୍ଭ କରିବା ବେଳେ ମାତ୍ର ୩୧ ରନରେ ୨ଟି ୱିକେଟ ଚାଲିଯାଇଥିଲା। ପରେ ଗୌତମ ଗମ୍ଭୀର ଏବଂ କୋହଲି ମିଳିତ ଭାବେ ୮୩ ରନ କରିଥିବା ବେଳେ ଧୋନି ଏବଂ ଗମ୍ଭୀର ମିଶି ୧୦୯ ରନ କରିଥିଲେ। ପରେ ଗମ୍ଭୀର ୯୭ରନରେ ପାଭେଲିଅନକୁ ଫେରି ଯାଇଥିଲେ।
That bat swing – That look during the final flourish 😍😍
Today in 2011, the 28-year old wait came to an end 😎😎 #ThisDayThatYear pic.twitter.com/XFEibKDrdk
— BCCI (@BCCI) April 2, 2019
ଏହାପରେ ଧୋନୀ ୭୯ ବଲରେ ୯୧ ରନ କରିଥିଲେ ଏବଂ ନିଜକୁ ଏକ ଶ୍ରେଷ୍ଠ ଅଧିନାୟକ ଭାବେ ପ୍ରମାଣିତ କରିଥିଲେ। ତେବେ ଭାରତୀୟ କ୍ରିକେଟ ଦଳର ଏହି ଐତିହାସିକ ବିଜୟ ସବୁବେଳେ ସମସ୍ତଙ୍କୁ ମନେ ରହିବ।