ଦବଙ୍ଗ ୩ ରେ ଭାଇଜାନଙ୍କ ଜବରଦସ୍ତ ଧମାକା, ୫୦୦ ଡ୍ୟାନ୍ସର୍ସଙ୍କ ସହ ନାଚିବେ ସଲମାନ୍

ପୁଣି ଥରେ ଧମାଲ୍ କରିବାକୁ ଫେରୁଛନ୍ତି ଚୁଲବୁଲ୍ ପାଣ୍ଡେ । ଆରମ୍ଭ ହୋଇସାରିଲାଣି ସଲମାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଦବଙ୍ଗ ୩ ର ସୁଟିଂ । ସେଟରୁ ଭାଇଜାନଙ୍କ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏବେ ଯେଉଁ ଖବର ଆମେ କହିବାକୁ ଯାଉଛୁ ତାହା ଭାଇଜାନଙ୍କ ଫ୍ୟାନ୍ ମାନଙ୍କ ପାଇଁ ନିଶ୍ଚିତ ଭାବରେ ଏକ ବଡ଼ ଖବର । ଯଦି ଦବଙ୍ଗ ଏବଂ ଦବଙ୍ଗ ୨ ବିଷୟରେ କହିବା ତେବେ ଏହାର ଟାଇଟେଲ୍ ଟ୍ରାକ୍ ସୁପରହିଟ୍ ଥିଲା । ଏବଂ ଦର୍ଶକଙ୍କ ମନକୁ ମଧ୍ୟ ଖୁବ୍ ଛୁଇଁଥିଲା ।

salman khanଏବେ ଦବଙ୍ଗ ୩ ର ଟାଇଟେଲ୍ ଟ୍ରାକକୁ ସୁପରହିଟ୍ କରିବା ପାଇଁ ଲାଗିପଡିଛନ୍ତି ଭାଇଜାନ୍ । ଶୁଣିବାକୁ ମିଳିଛି ଏହି ଗୀତକୁ ମଧ୍ୟପ୍ରଦେଶର ମହେଶ୍ବରରେ ସୁଟିଂ କରାଯିବ । ଯେଉଁଥିରେ ଡ୍ୟାନ୍ସ କରିବେ ପ୍ରାୟ ୫୦୦ ଡ୍ୟାନ୍ସର୍ । ଏହାର ଅର୍ଥ ଗୀତକୁ ଜବରଦସ୍ତ ହିଟ୍ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛି ଟିମ୍ । ଏହି ଗୀତରେ ସଲମାନଙ୍କ ସହ ନଜର ଆସିବେ ଭାଇ ଅରବାଜ୍ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବରେ ଅଛନ୍ତି ପ୍ରଭୂ ଦେବା । ଏଥର ମଧ୍ୟ ଫିଲ୍ମରେ ସଲମାନଙ୍କ ନାୟିକା ସାଜିଛନ୍ତି ସୋନାକ୍ଷୀ ସିହ୍ନା । ତେବେ ସୂଚନା ମୂତାବକ ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ଦବଙ୍ଗ ୩ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.