Below header

ସୁପର ସଣ୍ଡେରେ ସୁପର ଫାଇଟ୍: କୋଲକାତା ଇଡେନ୍ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା

କୋଲକାତା ଇଡେନ୍ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ମ୍ୟାଚ୍ ଜିତି ଭାରତ ତାର ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ । ସେମି ଟିକେଟ୍ ହାସଲ କରିଥିଲେ ମଧ୍ୟ ଭାରତ ଏହି ମ୍ୟାଚକୁ ଆଦୌ ହାଲୁକା ଭାବେ ନେବ ନାହିଁ ।

କୋଲକାତା: ସୁପର ସଣ୍ଡେରେ ସୁପର ଫାଇଟ୍ । କୋଲକାତା ଇଡେନ୍ ଗାର୍ଡେନ୍ସରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ମ୍ୟାଚ୍ ଜିତି ଭାରତ ତାର ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ । ସେମି ଟିକେଟ୍ ହାସଲ କରିଥିଲେ ମଧ୍ୟ ଭାରତ ଏହି ମ୍ୟାଚକୁ ଆଦୌ ହାଲୁକା ଭାବେ ନେବ ନାହିଁ ।

ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ସମ୍ପୂର୍ଣ୍ଣ ବିଶ୍ବକପରୁ ବାଦ ପଡ଼ିଛନ୍ତି । ତେବେ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଭାରତ ପାଇଁ ସେତେଟା ସମସ୍ୟ ସୃଷ୍ଟି କରିବ ନାହିଁ । ଦକ୍ଷିଣ ଆଫ୍ରିକା ମଧ୍ୟ ୭ ମ୍ୟାଚ୍ ଖେଳି ୬ଟି ବିଜୟ ସହ ୧୨ ପଏଣ୍ଟ ପାଇ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ଶନିବାର ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନଠାରୁ ନ୍ୟୁଜିଲାଣ୍ଡ ହାରିଯିବା ପରେ ଦ୍ବିତୀୟ ଦଳ ଭାବେ ସେମିରେ ପ୍ରବେଶ କରିବାରେ ସାମର୍ଥ ହୋଇଛି ।

ଦିନିକିଆ ବିଶ୍ବକପ୍ ଇତିହାସ ଦେଖିଲେ ମାତ୍ର ୫ ଥର ମୁହାଁମୁହିଁ ହୋଇଛନ୍ତି ଏହି ଦୁଇ ଦେଶ। ଭାରତ ୨ଟି ଜିତିଥିବା ବେଳେ ୩ଟି ଜିତିଛି ଦକ୍ଷିଣ ଆଫ୍ରିକା । ସେହିଭଳି ଦୁଇ ଦେଶଙ୍କ ମଧ୍ୟରେ ମୋଟ ୯୦ ଥର ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ଦକ୍ଷିଣ ଆଫ୍ରିକା ୫୦-୩୭ରେ ଆଗୁଆ ରହିଛି। ଏହା ମଧ୍ୟରେ ଭାରତ ସ୍ବଦେଶରେ ୧୭-୨୫, ବିଦେଶରେ ୧୦-୧୪ ଏବଂ ନିରପେକ୍ଷ ସ୍ଥାନରେ ୧୦-୧୧ରେ ପଛୁଆ ରହିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.