Below header

କ୍ରୀଡ଼ା ବ୍ୟବସ୍ଥାରେ ସୁଧାର ଆସିଲେ ଭାରତୀୟ ଆଥଲେଟ୍‌ ଆହୁରି ସଫଳ ହୋଇ ପାରିବେ: ରୁସଦୀ ୱାର୍ଲି

ଭାରତୀୟ ଆଥଲେଟ୍‌ ଆହୁରି ସଫଳ ହୋଇ ପାରିବେ । ଏଥିପାଇଁ ଦରକାର ପେସାଦାର ମନୋଭାବ । ଯାହାଫଳରେ ଭଲ କ୍ରୀଡ଼ାବିତ୍‌ ସୃଷ୍ଟି ହୋଇ ପାରିବେ । ଏହା କହିଛନ୍ତି ଇନସ୍ପାୟାର ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟର ସିଇଓ ରୁସଦୀ ୱାର୍ଲି ।

ଭୁବନେଶ୍ୱର (କେନ୍ୟୁଜ): ଭାରତରେ କ୍ରୀଡ଼ା ବ୍ୟବସ୍ଥାରେ ସୁଧାର ଆସିଲେ ଭାରତୀୟ ଆଥଲେଟ୍‌ ଆହୁରି ସଫଳ ହୋଇ ପାରିବେ । ଏଥିପାଇଁ ଦରକାର ପେସାଦାର ମନୋଭାବ । ଯାହାଫଳରେ ଭଲ କ୍ରୀଡ଼ାବିତ୍‌ ସୃଷ୍ଟି ହୋଇ ପାରିବେ । ଏହା କହିଛନ୍ତି ଇନସ୍ପାୟାର ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟର ସିଇଓ ରୁସଦୀ ୱାର୍ଲି । କିଛି ଦିନ ତଳେ ସେ କଳିଙ୍ଗ ଷ୍ଟାଡିୟମ ଆସି ବିଜୁ ପଟ୍ଟନାୟକ ସୁଇମିଙ୍ଗ କଂପ୍ଲେକ୍ସ ସହ ହାଇ ପରଫରମାନ୍ସ ସେଣ୍ଟରରେ କ୍ରୀଡାବିତ୍‌ ମାନଙ୍କୁ ଭେଟିଥିଲେ ।

ବିଶ୍ୱର ବିଭିନ୍ନ ଦେଶରେ କ୍ରୀଡା କ୍ଷତ୍ରରେ ୱାର୍ଲିଙ୍କର ଦୀର୍ଘ ୨୨ ବର୍ଷର ଅଭିଜ୍ଞତା ରହିଛି । ଦକ୍ଷିଣ ଆଫ୍ରିକାରେ ସନ୍ତରଣ ଶିକ୍ଷା ପ୍ରଦାନ କରିବାରୁ ସେ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ । ଦୀର୍ଘ ନଅ ବର୍ଷରୁ ଅଧିକ ସମୟ ସେ ଦକ୍ଷିଣ ଆଫ୍ରିକାରେ ସନ୍ତରଣ ତାଲିମ ପ୍ରଦାନ କରିଥିଲେ । ଗତ ସାତ ବର୍ଷ ଧରି ସେ ଭାରତରେ ତାଲିମ ପ୍ରଦାନ କରୁଛନ୍ତି । ଇନସ୍ପାୟାର ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସ୍‌ ବା ଆଇଆଇଏସ୍‌ରେ କେବଳ ସନ୍ତରଣ ନୁହେଁ ଅନ୍ୟ ଯୁବ କ୍ରୀଡ଼ା ପ୍ରତିଭାଙ୍କୁ ସେ ତାଲିମ ଦେଉଛନ୍ତି ।

ସନ୍ତରଣ କ୍ଷତ୍ରରେ ଓଡିଶା କ୍ରୀଡାବିତଙ୍କ ଅନେକ ଦକ୍ଷତା ରହିଥିବା କଥା ମଧ୍ୟ କହିଛନ୍ତି ଓ୍ଵର୍ଲି । ଏହା ସହିତ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ପ୍ରଶଂସା କରିଛନ୍ତି । ଆଗକୁ ଭାରତ ପ୍ରତ୍ୟେକ କ୍ରୀଡ଼ା ପାଇଁ ନିଶ୍ଚିତ ଭାବେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ସହାୟତା ଯୋଗାଇ ଦେଇ ପାରିବ ବୋଲି ଓ୍ଵର୍ଲି ଆସ୍ଥା ପ୍ରକଟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.