Below header

ବ୍ରିସବେନ ହୋଟେଲରେ ଭାରତୀୟ ଖେଳାଳି ନିଜେ କରୁଛନ୍ତି ଟଏଲେଟ୍ ସଫା, ମିଳୁନାହିଁ କୌଣସି ମୌଳିକ ସୁବିଧା, ବିସିସିଆଇ ଦେଲା ଦଖଲ

ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟ ପାଇଁ ବ୍ରିସବେନ ପହଞ୍ଚିଛି। ଏଠାରେ ଭାରତୀୟ ଦଳକୁ ମଙ୍ଗଳବାର ଏମିତି ହୋଟେଲରେ ରହିବାକୁ ଦିଆଯାଇଛି ଯେଉଁଠି ମୌଳିକ ସୁବିଧା ମଧ୍ୟ ନାହିଁ। କେବଳ ଏତିକି ନୁହେଁ ଖେଳାଳିଙ୍କୁ ନିଜେ ଟଏଲେଟ୍ ସଫା କରିବାକୁ ପଡୁଛି ଏବଂ ବାହାରର ଏକ ଭାରତୀୟ ରେଷ୍ଟୁରାଣ୍ଟରୁ ଖାଦ୍ୟ ମଗାଇବାକୁ ପଡୁଛି।

ଯାହା ପରେ ଭାରତୀୟ କ୍ରିକେଟ୍ ବୋର୍ଡର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏଥିରେ ଦଖଲ ଦେବାକୁ ପଡିଛି। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସଂପାଦକ ଜୟ ଶାହା ଓ ସିଇଓ ହେମାଙ୍ଗ ଅମିନଙ୍କ ଅଭିଯୋଗ ମିଳିବା ପରେ କ୍ରିକେଟ୍ ଅଷ୍ଟ୍ରେଲିଆର ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଛି। ଏହା ପରେ କ୍ରିକେଟ୍ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ କୌଣସି ସମସ୍ୟା ହେବ ନାହିଁ ବୋଲି ଆଶ୍ଵାସନା ଦେଇଛି।

ବୋର୍ଡର ସୂତ୍ର ଅନୁଯାୟୀ, ହୋଟେଲରେ ରୁମ୍ ସର୍ଭିସ ଏପରିକି ହାଉସକିପିଂ ମଧ୍ୟ ନାହାନ୍ତି। ଜିମ୍ ମଧ୍ୟ ଅନ୍ତରାଷ୍ଟ୍ରୀୟ ସ୍ତରର ନୁହେଁ। ସୁଇମିଂ ପୁଲରେ ଅବସ୍ଥା ଏମିତି ସେଠାକୁ ଯାଇ ହେବ ନାହିଁ। ଖେଳାଳିଙ୍କୁ ଏହିସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ସବୁ କିଛି ଓଲଟା ରହିଛି।

bcci

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଜାନୁଆରୀ ୧୫ରୁ ବ୍ରିସବେନରେ ଖେଳାଯିବ। ସେଠାରେ କରୋନା ମହାମାରୀ ବଢୁଥିବା ମାମଲା ଓ ନ୍ୟୁ ସାଉଥ ଓ୍ଵେଲ୍ସ ସହିତ ସୀମା ଉପରେ ଲକ୍ଡାଉନ୍ କାରଣରୁ ହୋଟେଲରେ ସଙ୍ଗରୋଧ ପାଇଁ କଡା ନିୟମ ରହିଛି। ଖେଳାଳିଙ୍କୁ ପରସ୍ପର ମଧ୍ୟରେ ମିଶିବାକୁ ଅନୁମତି ଦିଆଯାଇଛି। ସେଠାରେ ଖେଳାଳିଙ୍କୁ ଟିମ୍ ରୁମ ଦିଆଯାଇଛି। ହୋଟେଲ୍ ଭିତରେ ଖେଳାଳି ପରସ୍ପର ମଧ୍ୟରେ ମିଶି ପାରିବେ। ବ୍ରିସବେନରେ ଯେଉଁ ହୋଟେଲରେ ଭାରତୀୟ ଦଳ ରହିଛନ୍ତି, ସେଠାରେ ଯେଉଁ ସୁବିଧା ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ଏବେ ଯାହା ମିଳୁଛି ତାହା ସଂପୂର୍ଣ୍ଣ ଓଲଟା ରହିଛି। ହୋଟେଲରେ ଅନ୍ୟ ଅତିଥି ନଥିଲେ ମଧ୍ୟ ଖେଳାଳିଙ୍କୁ ନିଜ ଫ୍ଲୋରରୁ ବାହାରକୁ ଯିବାକୁ ଅନୁମତି ମିଳୁନାହିଁ।

ସୂଚନାଯୋଗ୍ଯ, ୪ଟି ଟେଷ୍ଟ ମ୍ଯାଚ ସିରିଜିରେ ଦୁଇଟି ଯାକ ଦଳ ୧-୧ ମ୍ଯାଚ୍ ଜିତି ସିରିଜ ବରାବର କରିଛି। ୩ୟ ଟେଷ୍ଟ ମ୍ଯାଚ ଡ୍ର ହୋଇଛି। ଏବେ ଚତୁର୍ଥ ମ୍ଯାଚ୍ ହେବା ପୂର୍ବରୁ ଭାରତୀୟ ଟିମର ଅନେକ ଖେଳାଳି ଆଘାତଜନିତ ସମସ୍ଯା ଦେଇ ଗତି କରୁଛନ୍ତି। ତେବେ ଦେଖାଯାଉ ଚତୁଥର୍ ମ୍ଯାଚରେ କିଏ ବାଜି ମାରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.