ଜାହ୍ନବୀ କପୁର କଲେ ଜବରଦସ୍ତ ବେଲି ଡ୍ଯାନ୍ସ, ଭିଡିଓ ଦେଖି ଶକିରାକୁ ଭୁଲିଯିବେ ଆପଣ, ଦେଖନ୍ତୁ ଭିଡିଓ

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଫିଲ୍ମ ସହିତ ଦମଦାର ଡ୍ଯାନ୍ସ ପାଇଁ ମଧ୍ୟ ବେଶ୍ ଜଣାଶୁଣା। ଶ୍ରୀଦେବୀଙ୍କ ଭଳି ଝିଅ ଜାହ୍ନବୀ ମଧ୍ୟ କୌଣସି ଗୁଣରେ କମ୍ ନୁହନ୍ତି। ମା’ଙ୍କ ଭଳି ଡ୍ଯାନ୍ସ କରିବାରେ ମଧ୍ୟ ସେ ଉସ୍ତାଦ। ନିକଟରେ ଜାହ୍ନବୀଙ୍କ ଏକ ଡ୍ଯାନ୍ସ ଅଭ୍ଯାସ ଭିଡିଓ ଭାଇରଲ ହୋଇଥିଲା। ଜାହ୍ନବୀ ଏଥିରେ ବେଲି ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି। ଯାହାକୁ ଦେଖି ପ୍ରଶଂସକ ଧମାଲ ମଚାଇଲେଣି।

ଏହି ଭିଡିଓକୁ ମାତ୍ର ୩ଘଣ୍ଟାରେ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। କରିନାଙ୍କ ଅଭିନୀତ ‘ସନ ସନାନା’ ଗୀତରେ ଜାହ୍ନବୀ ବେଲି ଡ୍ୟାନ୍ସ କରି ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ୍ କରି ଲେଖିଥିଲେ ଯେ, ସେ ବେଲି ଡ୍ୟାନ୍ସ ସେସନ୍କୁ ମିସ୍ କରୁଛନ୍ତି। ସେଥିପାଇଁ ସେ କରିନାଙ୍କ ଏହି ରୋମାଣ୍ଟିକ୍ ଗୀତରେ ବେଲି ଡ୍ୟାନ୍ସର ଏକ ଭିଡିଓ କରିଛନ୍ତି।

 

View this post on Instagram

 

A post shared by Janhvi Kapoor (@janhvikapoor)

ସୂଚନାଯୋଗ୍ଯ, ଜାହ୍ନବୀଙ୍କ ଅପକମିଂ ଫିଲ୍ମ ‘ଦୋସ୍ତାନା ୨’ ରହିଛି। ଏଥିରେ କାର୍ତ୍ତିକ ଆର୍ଯ୍ଯନଙ୍କ ସହିତ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା କୋଲିନ ଡି କୁହ୍ନା କରୁଛନ୍ତି। ୨୦୨୦ରେ ଜାହ୍ନବୀଙ୍କୁ ଦୁଇଟି ଫିଲ୍ମ ‘ଘୋଷ୍ଟ ଷ୍ଟୋରିଜ ଏବଂ ଗୁଂଜନ ସକସ୍ନେନା: ଦ କାର୍ଗିଲ ଗାର୍ଲ’ ରିଲିଜ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.