Below header

ଭାରସାମ୍ୟ ହରାଇ ଓଲଟି ପଡ଼ିଲା କପା ବୋଝେଇ ଟ୍ରାକ୍ଟର: ଡ୍ରାଇଭର ସହ ଜଣେ ମହିଳା ଲେବର ମୃତ, ଅନ୍ଯ ୨ଗୁରୁତର

ରାୟଗଡ଼ା: କପା ବୋଝେଇଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ। ଦୁଇ ମୃତ ଓ ଦୁଇ ଗୁରୁତର । ଏପରି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କ୍ରିକାଲୁପାଡୁ ନିକଟରେ। ଟ୍ରାକ୍ଟରଟି ବିଳମ୍ବିତ ରାତିରେ ମାଝିଗୁଡା ଗାଁ ଠାରୁ ବେଲକଣା ଗାଁକୁ ଯାଉଥିଲା। ମାତ୍ରଧିକ ଲୋଡ ହୋଇଥିବାରୁ ଦୁର୍ଘଟଣା ଗସ୍ତ ହେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବାବେଳେ, ମହିଳା ଲେବର ଜଣଙ୍କର ରାୟଗଡ଼ା ଜିଲ୍ଲା ହସ୍ପିଟାଲରେ ମୃତ୍ୟୁ ହୋଇଛି । ତେବେ ଅନ୍ୟ ଦୁଇ ମହିଳା ଲେବର ଗୁରୁତର ରହିଛନ୍ତି। ଘଟଣାସ୍ଥଳରେ କଲ୍ୟାଣସିଂହପୁର ପୋଲିସ ପହଞ୍ଚି ତଦନ୍ତ କରୁଛି। ତେବେ ଏଯାଏ ମୃତକଙ୍କ ପରିଚୟ ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.