ନିୟମିତ ଡବା ବନ୍ଦ ଖାଦ୍ୟ ଖାଉଛନ୍ତିକି, ତେବେ ହୋଇଯାନ୍ତୁ ସଚେତନ, ନଚେତ ଭୋଗିବେ କୁପରିଣାମ

ଆଜିର ବ୍ୟସ୍ତବହୁଳ ଜୀବନରେ ଆମେ ଏମିତି ବ୍ୟସ୍ତ ହୋଇଯାଇଛୁ ଯେ ଠିକରେ ଖିଆ ପିଆ କରିବା ପାଇଁ ବି ଆମ ପାଖରେ ସମୟ ନାହିଁ । ସମୟ ଅଭାବରୁ ଅଧିକାଂଶ ଲୋକ ଘର ଖାଇବା ବଦଳରେ ବାହାରର ଡବା ଖାଇବା ଉପରେ ନିର୍ଭର କରୁଛନ୍ତି । ଏମିତିରେ ବି ଦେଖିବାକୁ ଗଲେ ଏହି ଡବା ଖାଦ୍ୟ ଦିନଚର୍ଯ୍ୟାର ଏକ ଅଙ୍ଗ ପାଲଟି ଗଲାଣି । କିନ୍ତୁ ଆମେ ହୁଏତ ଜାଣି ନାହାନ୍ତି ଏହି ଖାଦ୍ୟରୁ ଆମ ଶରୀରକୁ ଜରୁରୀ ପୋଷାକ ତତ୍ତ୍ୱ ତ ମିଳୁନାହିଁ । ବଦଳରେ ଏଗୁଡ଼ିକୁ ଖାଇବା ଦ୍ୱାରା ଆମେ ବିଭିନ୍ନ ଗମ୍ଭୀର ରୋଗର ଶିକାର ମଧ୍ୟ ହୋଇପାରୁ | ତେବେ ଆସନ୍ତୁ ସେଉପରେ ଆଜି ନଜର ପକାଇବା ।

– ଏହି ଖାଦ୍ୟ ଅଧିକ ସମୟ ପର୍ଯ୍ୟନ୍ତ ଡବା ଭିତରେ ବନ୍ଦ ହୋଇ ରହିଥାଏ ଆଉ ଏହାକୁ ସତେଜ ରଖିବା ପାଇଁ ବିଭିନ୍ନ ରସାୟନ ବ୍ୟବହାର ହୋଇଥାଏ । ଏହି କାରଣରୁ ରକ୍ତ ଚାପ ଜନିତ ସମସ୍ୟା ଦେଖାଦେଇପାରେ । ଏହି ଖାଦ୍ୟରେ ଚିନି ଓ ଲୁଣର ମାତ୍ରା ବି ଅଧିକ ରହିଥାଏ | ତେଣୁ ହାଇ ବ୍ଲଡ଼ ପ୍ରେସର ରୋଗୀ ମାନେ ଏହା ଠାରୁ ଦୁରେଇ ରହିବା ଉଚିତ ।

frozen food

– ଏହା ବାଦ ଏଥିରେ କ୍ୟାଲୋରୀ ପରିମାଣ ବି ଅଧିକ ଥାଏ । ନିୟମିତ ଏହାକୁ ଖାଇବା ଫଳରେ ଶରୀରରେ ଫ୍ୟାଟ ଜମା ହୋଇଥାଏ | ଯାହାକି ହୃଦ ରୋଗର ପ୍ରମୁଖ କାରଣ । ଏଥିରେ ଥିବା ଟ୍ରାନ୍ସ୍ଫ ଫ୍ୟାଟ ଶରୀରରେ କୋଲେଷ୍ଟେରଲ ବୃଦ୍ଧି କରିବା ସହ ହୃଦ ରୋଗ ଜନିତ ସମସ୍ୟା ବି ସୃଷ୍ଟି କରିପାରେ ।

– ଏହା ସହ ଏଥିରେ ଷ୍ଟାର୍ଚ୍ଚ ପରିମାଣ ବି ଖୁବ ବେଶିଥାଏ । ଯାହାକି ଶରୀରରେ ସୁଗାର ପରିମାଣ ବଢ଼ାଇ ଦିଏ | ଶରୀରରେ ଥିବା ଟ୍ୱିସ୍ୟୁ ବି ଏହା ଦ୍ୱାରା ପ୍ରଭାବିତ ହୋଇଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.