ଆଜ୍ଞା ମାଳ ପୂଜା ହେବାପରେ ଫେରିଛନ୍ତି ମନ୍ଦିର ପ୍ରଶାସକ ଓ ଟିମ୍: ପରେ ନୟାଗଡ, ବୌଦ୍ଧ ଜିଲ୍ଲାର ବିଭିନ୍ନ ବନଖଣ୍ଡରୁ ଗଛ କଟାଯାଇ ପଠାଯିବ ପୁରୀ

ନୟାଗଡ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା କାଠ ପାଇଁ ନୟାଗଡରେ ପହଞ୍ଚିଛି ମା’ ବିମଳାଙ୍କ ଆଜ୍ଞା ମାଳ । ମା ବଡରାଉଳିଙ୍କ ପାଖରେ ପୂଜା ପରେ ପୁରୀରୁ ଆସିଥିବା ମନ୍ଦିର ପ୍ରଶାସକ ଓ ଟିମ ଫେରିଛନ୍ତି । ପ୍ରଥମେ ମଙ୍ଗଳ ଆଳତି ପରେ, ହୋମ ପୂଜା ଆରମ୍ଭ ହୋଇଥିଲା । ଏଥିରେ ନୟାଗଡ ବନଖଣ୍ଡ ଅଧିକାରୀଙ୍କ ସମେତ ଜିଲ୍ଲାର ସବୁ ବନଖଣ୍ଡର ରେଞ୍ଜର ଓ ସହକର୍ମୀ ଉପସ୍ଥିତ ଥିଲେ । ପରେ ନୟାଗଡ, ବୌଦ୍ଧ ଜିଲ୍ଲାର ବିଭିନ୍ନ ବନଖଣ୍ଡରୁ ଗଛ କଟାଯାଇ ରଥଯାତ୍ରା ପାଇଁ ପୁରୀ ପଠାଯିବ ।

ଚଳିତ ବର୍ଷ ୭୯୬ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ, ନୟାଗଡ ଜିଲ୍ଲାର ବିଭିନ ବନଖଣ୍ଡରୁ ଶିମିଳି, ଧଉରା, ଫାଶୀ ଓ ଆସନ କାଠ ପଠାଯିବ । ଏଥିପାଇଁ ପ୍ରାରମ୍ବିକ ସ୍ତରେ ୧୨୮ ଖଣ୍ଡ କାଠ ଚିହ୍ନଟ ସରିଛି। ୧୨, ୨୫ଓ ୪୦ଫୁଟ ଲମ୍ବର କାଠ ପଠାଯିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦେଶ ରହିଛି । ପରମ୍ପରା ଅନୁଶାରେ ପୌଷ ମାସର ପ୍ରଥମ ମଙ୍ଗଳବାର ଦିନ ହିଁ ପୂଜା କରାଯାଏ । ପରେ କାଠ କଟାଯିବା ପ୍ରକ୍ରିୟା ଆରମ୍ଭ ହୁଏ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.