Below header

ଶେଷ ଦୁଇ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ, ରାହୁଲ, ପାଣ୍ଡ୍ୟା ଓ ଶାହ ସାମିଲ

ମୁମ୍ବାଇ : ବର୍ତ୍ତମାନ ଚାଲିଥିବା ଟେଷ୍ଟ ସିରିଜ୍‌ରେ ଉଭୟ ଭାରତ ଓ ଇଂଲଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତି ୧-୧ ସ୍ଥିତିରେ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ବାକି ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳର ଖେଳାଳି ତାଲିକା ଘୋଷଣା ହୋଇଛି । ଦଳକୁ ଆସିଛନ୍ତି ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌ ରାହୁଲ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ଵିକେଟ୍‌ କିପର ରିଧିମାନ ଶାହ। ସେହିପରି ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ସାମିଲ ହୋଇଛନ୍ତି ଉମେଶ ଯାଦବ । ଠାକୁରଙ୍କୁ ବିଜୟ ହଜାରେ ଟ୍ରଫିରେ ଖେଳିବା ପାଇଁ ଟିମ୍‌ ଇଣ୍ଡିଆରୁ ବାଦ୍‌ ଦିଆଯାଇଛି ।

ଶେଷ ଦୁଇଟି ଟେଷ୍ଟ ଅହମଦାବାଦର ମୋଟେରା ଷ୍ଟାଡିୟମ୍‌ରେ ହେବ । ୨୪ ତାରିଖରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ । ଏହି ମ୍ୟାଚ୍‌ ଦିବାରାତ୍ରରେ ଖେଳାଯିବ । ତେବେ ଦଳରେ ଆଜି ସ୍ଥାନ ପାଇଥିବା ଖେଳାଳିମାନେ ଚୂଡ଼ାନ୍ତ ତାଲିକାରେ ରହିବେ ନାହିଁ ତାହା ମ୍ୟାଚ୍‌ ଆରମ୍ଭ ହେଲେ ହିଁ ଜଣାପଡ଼ିବ । କାରଣ ବିଜୟୀ ଟିମ୍‌ରେ ଅଧିନାୟକ ବିରାଟ କୋହଲି କୌଣସି ପରିବର୍ତ୍ତନ କରିବାକୁ ଚାହିଁବେ ନାହିଁ ।

ଶେଷ ଦୁଇ ଟେଷ୍ଟ ପାଇଁ ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ଵାଲ, ଶୁଭାନ ଗିଲ୍‌, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, କେ.ଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ, ରିଧିମାନ ଶାହ, ଆର. ଅଶ୍ୱିନ୍‌, କୁଲଦୀପ ଯାଦବ, ଅକ୍ଷର ପଟେଲ, ଓ୍ଵଶିଂଟନ୍‌ ସୁନ୍ଦର, ଇଶାନ୍ତ ଶର୍ମା, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଉମେଶ ଯାଦବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.