ବାସ୍ତୁ ଟିପ୍ସ: ଗିଫ୍ଟରେ ମିଳିଥିବା ଏହି ସବୁ ଜିନିଷକୁ ଘରୁ ତୁରନ୍ତ କରି ଦିଅନ୍ତୁ ବାହାର, ନଚେତ୍‌ ଜୀବନରେ ମାଡ଼ି ଆସିବ ମହାବିପତ୍ତି

ଆମ ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି, କେବେ ବି ଭଗବାନ, ମିତ୍ର, ଗୁରୁ ଓ ଝିଅର ଘରକୁ ଖାଲି ହାତରେ ଯିବା ଉଚିତ ନୁହେଁ। ବାସ୍ତୁଶାସ୍ତ୍ର ମୁତାବକ ଏହା ଜାଣିବା ଉଚିତ ଯେ କାହାକୁ କେଉଁ ଉପହାର ଦେବା ଉଚିତ ଏବଂ ଉପହାର ଆକାରରେ ମିଳିଥିବା ଜିନିଷକୁ ଘରେ ରଖିବା ଉଚିତ କି ନୁହେଁ। ତେବେ ଆଜି ଆମେ ଆପଣଙ୍କୁ କହିବୁ, କାହାଠାରୁ ମିଳିଥିବା କେଉଁ ଉପହାରକୁ ଘରେ ରଖିଲେ କ’ଣ କ୍ଷତି ହୋଇଥାଏ।

୧. କାହାକୁ ବି ଗିଫ୍ଟରେ ସିଂହ, ବାଘ, ଚିତା ଭଳି ହିଂସ୍ର ଜଙ୍ଗଲି ଜନ୍ତୁଙ୍କର ଫଟୋ ଦେବା ଉଚିତ ନୁହେଁ। ଏମିତି ଫଟୋ କିମ୍ବା ମୂର୍ତ୍ତି ଦେବା ନେବା ଅଶୁଭ ହୋଇଥାଏ।

୨. ଯଦି ଗିଫ୍ଟରେ ବୁଡ଼ି ଯାଉଥିବା ଜାହାଜର ଫଟୋ କିମ୍ବା ମୂର୍ତ୍ତି ମିଳିଯାଏ, ତ ଏହାକୁ ଘରେ କୌଣସି ବି ଜାଗାରେ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଆର୍ଥିକ ହାନି ଘଟିଥାଏ।

୩. ଯଦି ଗିଫ୍ଟରେ ଦାଢ଼ୁଆ ଛୁରୀ କିମ୍ବା ଚାକୁ ମିଳେ, ତ ଏହାକୁ ଘରେ ରଖନ୍ତୁ ନାହିଁ। କାରଣ, ଏହା ଘରର ସଦସ୍ୟମାନଙ୍କ ମଧ୍ୟରେ କହଳ ସୃଷ୍ଟି କରିଥାଏ।

୪. କାହା ଦ୍ୱାରା ଦିଆଯାଇଥିବା କଳା କପଡ଼ାକୁ ଘରେ ରଖିବା ଉଚିତ ନୁହେଁ। ଏଭଳି କପଡ଼ାକୁ ରଖିଲେ ଦୁଃଖ ଓ କଷ୍ଟ ମିଳିଥାଏ।

୫. ଯଦି କେହି ଗିଫ୍ଟରେ ଜୋତା ଦିଅନ୍ତି, ତ ଏହାକୁ ବି ଘରେ ରଖନ୍ତୁ ନାହିଁ। ଗିଫ୍ଟରେ ଦିଆଯାଇଥିବା ଜୋତା ବିଚ୍ଛେଦର ପ୍ରତୀକ।

୬. କାହାକୁ ଗିଫ୍ଟରେ ରୁମାଲ ଦେବା ବି ଅଶୁଭ ହୋଇଥାଏ। କୁହାଯାଏ, ରୁମାଲ ଦ୍ୱାରା ଜୀବନରେ କଷ୍ଟର ଆଗମନ ହୋଇଥାଏ।

୭. କାହାକୁ ଘଣ୍ଟା ମଧ୍ୟ ଦିଅନ୍ତୁ ନାହିଁ। ଏହାଦ୍ୱାରା ଜୀବନର ପ୍ରଗତି ବାଧାପ୍ରାପ୍ତ ହୋଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.