କଟକ: ଡାକ୍ତରଙ୍କୁ ବୋକା ବନାଇ ୭୭ ଲକ୍ଷ ୮୬ ହଜାର ଟଙ୍କା ଠକିନେଲେ ସାଇବର ଠକ, ଥାନାରେ ଦାଏର ହେଲା ମାମଲା

କଟକ(କେନ୍ୟୁଜ୍): ଡାକ୍ତରଙ୍କ ଠାରୁ ୭୭ ଲକ୍ଷ ୮୬ ହଜାର ଟଙ୍କା ଠକେଇ । ବିଏସଏନଏଲ ଟେଲିଫୋନ ନମ୍ବର ଇନାକ୍ଟିଭ ହେବ କହି ଠକିଦେଲେ ସାଇବର ଠକ । କଟକର ଏନଟିପିସିରୁ ଅବସର ନେଇଥିବା ଡାକ୍ତର ସନାତନ ମହାନ୍ତିଙ୍କ ଠାରୁ ଏହି ଠକେଇ ହୋଇଛି । ଏ ନେଇ ସାଇବର କ୍ରାଇମ ଥାନାରେ ମାମଲା ରୁଜୁ ହୋଇଛି ।

ଗତ ୯ ତାରିଖରୁ ୧୫ ତାରିଖ ମଧ୍ୟରେ ଟିମ ଭିୟୁର କୁଇକ ସପୋର୍ଟ ଆପ ମାଧ୍ୟମରେ ଏହି ଠକେଇ ହୋଇଛି । ଏକାଧିକ ଆକାଉଣ୍ଟର ଟଙ୍କା ଅନଲାଇନ ଟ୍ରାନଜାକସନରେ  ନେଇଯାଇଥିବା ସୂଚନା ମିଳିଛି।  ବିଏସଏନଏଲ ନମ୍ବରଟି ଏକାଧିକ ଆକାଉଣ୍ଟରେ ଆଟାଚ ଥିଲା। ନମ୍ବର ହ୍ୟାକ କରି ସମସ୍ତ ଆକାଉଣ୍ଟର ତଥ୍ୟ ନେଇଗଲେ ସାଇବର କ୍ରିମିନାଲ । ପରେ ଅଆକାଉଣ୍ଟରୁ ୭୭ ଲକ୍ଷ ୮୬ ହଜାର ଟଙ୍କା ଠକି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.