Below header

ସମାଲୋଚକଙ୍କ ଟ୍ୱିଟକୁ ଏମିତି କଡ଼ା ଶବ୍ଦରେ ଜବାବ ଦେଇଛନ୍ତି ଇରଫାନ ପଠାନ

ଏକ ସମୟରେ ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ଇରଫାନ ପଠାନଙ୍କୁ ଭାରତର ସବୁଠୁ ସାନଦାର ଅଲରାଉଣ୍ଡର ଭାବେ ପରିଗଣିତ କରାଯାଉଥିଲା । ନିଜ ଦମଦାର ସ୍ଵିଇଙ୍ଗ ବଳରେ ସେ ଅନେକ ବଡ଼ ବଡ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ । ପାକିସ୍ତାନ ବିରୋଧୀ ଏକ ମ୍ୟାଚରେ ତାଙ୍କ ହ୍ୟାଟ୍ରିକକୁ ହୁଏତ ଇତିହାସ କେବେ ଭୁଲିପାରିବ ନାହିଁ । ଲଗାତାର ତିନି ତିନି ଟି ଵିକେଟ ନେଇ ସେ ସମସ୍ତଙ୍କୁ ବିସ୍ମିତ କରିଦେଇଥିଲେ । ଇରଫାନ ନିଜ କ୍ୟାରିୟରର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ ୨୦୧୨ ମସିହା ଅକ୍ଟୋବର ମାସରେ ଖେଳିଥିବା ବେଳେ ଚଳିତ ବର୍ଷ ଜାନୁଆରୀରେ ହିଁ କ୍ରିକେଟ ଜଗତରୁ ସନ୍ୟାସ ନେଇଛନ୍ତି ।

irfan

କ୍ରିକେଟରୁ ତାଙ୍କ ବିଦାୟକୁ ଏଯାବତ ଅନେକ ସମର୍ଥକ ମାନେ ଗ୍ରହଣ କରି ପରି ନାହାନ୍ତି । ସେମାନଙ୍କ ମତରେ ଇରଫାନ ଆହୁରି ଖେଳିବା ଉଚିତ ଥିଲା । ତାଙ୍କର ଜଣେ ପ୍ରଶଂସକ ଟ୍ୱିଟରରେ ତାଙ୍କ ଶେଷ ମ୍ୟାଚର ସମସ୍ତ ରେଟିଙ୍ଗ ଗୁଡିକୁ ପୋଷ୍ଟ କରିଛନ୍ତି । ଏମିତିକି ଏହି ପ୍ରଶଂସକ ଜଣଙ୍କ ଭାରତୀୟ ଟିମରୁ ବାହାରିବାକୁ ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି । ସେ ଏହାମଧ୍ୟ କହିଛନ୍ତିକି ଟେଷ୍ଟ, ଏକଦିବସୀୟ ଓ ଟି -20 ର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଗୁଡିକରେ ଇରଫାନ ଖୁବ ଭଲ ପ୍ରଦର୍ଶନ କରିଥିଲେ | ତାଙ୍କ ପାଖକୁ ପ୍ରସଂସାର ସୁଅ ଛୁଟୁଥିଲେ ବି ଇରଫାନଙ୍କ ସମାଲୋଚକଙ୍କ ସଂଖ୍ୟା ବି କିଛି କମ ନାହିଁ । ଜଣେ ବ୍ୟକ୍ତି ତାଙ୍କୁ ସମାଲୋଚନା କରି ଲେଖିଛନ୍ତି ଖରାପ ବୋଲିଙ୍ଗ କାରଣରୁ ହିଁ ଆଜି ତାଙ୍କୁ ଦଳରୁ ବାହାରିବାକୁ ପଡିଛି । କିନ୍ତୁ ଏହି ଟ୍ୱିଟର ଜବାବ ବି ଇରଫାନ କଡା ଶବ୍ଦରେ ଦେଇଛନ୍ତି ।

ସେ କହିଛନ୍ତିକି, ସେ ମ୍ୟାଚରେ ହୁଏତ ମୁଁ ଏକଲା ନଥିଲି ଯିଏ କୌଣସି ଵିକେଟ ହାସଲ କରିନଥିଲା । ହୁଏତ ଆପଣ ଜାଣିନଥିବେ, ଏହି ଟେଷ୍ଟ ମ୍ୟାଚର ପୂର୍ବ ମ୍ୟାଚରେ ହିଁ “ମୋତେ ମ୍ୟାନ ଅଫ ଦି ମ୍ୟାଚ” ଘୋଷଣା କରାଯାଇଥିଲା । କହିରଖିବା ଉଚିତ ହେବକି, ଇରଫାନ ନିଜ କ୍ୟାରିୟରରେ ୨୯ ଟି ଟେଷ୍ଟ, ୧୨୦ଟି ଏକଦିବସୀୟ, ୨୪ଟି ଟି-20 ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିଛନ୍ତି । ଏହି ମ୍ୟାଚ ଗୁଡିକରେ ସେ ଯଥାକ୍ରମେ ୧୦୦, ୧୭୩ ଓ ୨୮ଟି ଵିକେଟ ହାସଲ କରିଛନ୍ତି । ରେଡ ବଲ କ୍ରିକେଟରେ ସେ ୧୧୦୫ ରନ, ଏକଦିବସୀୟ ମ୍ୟାଚରେ ୧୫୪୪ ଓ ଟି-20ରେ ୧୭୨ ରନ ହାସଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.