Below header

ଆଜି ହିଁ କିଣନ୍ତୁ Apple ର ନୂଆ iPhone SE 2020 ଫୋନ, ପାଆନ୍ତୁ ୩,୬୦୦ ଟଙ୍କା ଛାଡ୍

ଆପଲ୍ ନିଜର ଲାଟେଷ୍ଟ ସ୍ମାର୍ଟଫୋନ iPhone SE 2020 କୁ ଆଜି ପ୍ରଥମ ଥର ବିକ୍ରୀ ପାଇଁ ଉପଲବ୍ଧ ହେବ। ଏହି ଫୋନର ବିକ୍ରୀ ଆଜି ଅପରାହ୍ନ ୧୨ ଟା ଠାରୁ ଫ୍ଲିପକାର୍ଟରେ ଆୟୋଜିତ ହୋଇଛି। ଏହି ଫୋନକୁ ଆଜି ଆପଣ ଅଫଲାଇନ ଏବଂ ଅନଲାଇନ ଷ୍ଟୋରରୁ କିଣିପାରିବେ।

iphone-seଆପଲ୍ ଆଇଫୋନ SE 2020ର 64GB ମଡେଲର ମୂଲ୍ଯ ୪୨,୫୦୦ ଟଙ୍କା ହୋଇଥିବା ବେଳେ 128GB ମଡେଲର ମୂଲ୍ଯ ୪୭,୮୦୦ ଟଙ୍କା ଏବଂ 256GB ମଡେଲର ମୂଲ୍ଯ ୫୮,୩୦୦ଟଙ୍କା ରଖାଯାଇଛି। ଏହି ଫୋନ ତିନଟି କଲର୍ ବ୍ଲାକ, ହ୍ବାଇଟ୍ ଏବଂ ରେଡ ସହ ମାର୍କେଟରେ ଲଞ୍ଚ ହୋଇଛି। ଏହି ଫୋନର 64GB ମଡେଲକୁ ଫ୍ଲିପକାର୍ଟ ସାହାଯ୍ଯରେ କିଣିବା ଦ୍ବାରା HDFC କାର୍ଡ ଧାରକଙ୍କୁ ୩,୬୦୦ ଟଙ୍କା କ୍ଯାସ ବ୍ଯାକ୍ ମିଳିବ। ଯାହାପରେ ଏହି ଫୋନ ୩୮,୯୦୦ଟଙ୍କାରେ କିଣିପାରିବେ।

apple iphoneଫୋନର ବଡି ଗ୍ଲାସ ଏବଂ ଏୟରୋସ୍ପେସ୍ ଗ୍ରେଡ ଏଲୁମିନିୟମ ଦ୍ବାରା ତିଆରି ହୋଇଛି। ଫୋନରେ ୱାୟରଲେସ ଚାର୍ଜିଂର ମଧ୍ଯ ସୁବିଧା ଦିଆଯାଇଛି। ଆପଲ୍ ଦାବି କରିବାନୁଯାୟୀ, iPhone SE 2 ର ବ୍ଯାଟେରୀ ୩୦ ମିନିଟରେ ୫୦ ପ୍ରତିଶତ ପର୍ଯ୍ଯନ୍ତ ଚାର୍ଜ ହେବ। ଏଥିପାଇଁ ଅଲଗା ୧୮ ୱାଟର ଫାଷ୍ଟ ଚାର୍ଜର କିଣିବାର ଆବଶ୍ଯକତା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.