ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଘଟଣା: ସଂକ୍ରମିତ ମହିଳା ଜନ୍ମ ଦେଲେ ଯମଜ ସନ୍ତାନ, ଜଣଙ୍କର ପଜିଟିଭ ଆଉ ଜଣେ ନେଗେଟିଭ

ଗୁଜୁରାଟ :ଗୁଜୁରାଟ ର ବଡନଗର ର ମଇଲିପୁରି ଠାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟନା ସାମ୍ନା କୁ ଆସିଛି । ଏଠାରେ ଜଣେ କରୋନା ଆକ୍ରାନ୍ତ ମହିଳା ଯମଜ ସନ୍ତାନ ଙ୍କୁ ଜନ୍ମ ଦେଇଛନ୍ତି । ଏହି ଯମଜ ସନ୍ତାନ ମାନଙ୍କ ମଧ୍ୟରେ ଜଣଙ୍କ ଠାରେ କରୋନା ପଜିଟିଭ ରହିଥିବା ବେଳେ ଆଉ ଜଣଙ୍କ ଠାରେ କରୋନା ନେଗେଟିଭ ରହିଛି । ସମ୍ପୃକ୍ତ 30 ବର୍ଷୀୟା ମହିଳା ଜନ୍ମ ଦେଇଥିବା ଯମଜ ସନ୍ତାନ ଙ୍କ ମଧ୍ୟରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି । ଯେଉଁଥିରେ ନବଜାତ ପୁତ୍ର ଙ୍କ ଠାରେ କରୋନା ପଜିଟିଭ ମିଳିଥିବା ବେଳେ କନ୍ୟା ସନ୍ତାନ କରୋନା ନେଗେଟିଭ ରହିଛି ।

Aurangabad: After over 80 cases in Hingoli, 72 men from reserve ...

ଗୁଜୁରାଟ ରେ ଏହି ଭଳି ମାମଲା ପ୍ରଥମ ହୋଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଏହି ଘଟଣା ରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ତେବେ ଏହି ରିପୋର୍ଟ ସନ୍ଦେହ ଯୁକ୍ତ ରହିଥିବା ହେତୁ ଆଉଥରେ ନବଜାତକଙ୍କ ନମୁନା ସଂଗ୍ରହ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି ।
ଦେଶ ରେ ଦ୍ଵିତୀୟ ସର୍ବାଧିକ କରୋନା ସଂକ୍ରମିତ ଗୁଜୁରାଟ ରୁ ହିଁ ଚିହ୍ନଟ ହୋଇଛନ୍ତି । ଏଠାରେ 12140 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 719 ରେ ପହଞ୍ଚିଛି । ସେହିପରି ଗୁଜୁରାଟ ର ବଡନଗର ର ମଇଲିପୁରି ଠାରେ ଏବେ କରୋନା ମାମଲା ବହୁଳ ଭାବେ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.