ପ୍ଲାଟଫର୍ମରେ ଚିପ୍ସ ପ୍ୟାକେଟ୍‌ ଲୁଟିଲେ ଶ୍ରମିକ, କହିଲେ ‘ଭୋକର ଜ୍ୱାଳା ସହିପାରିଲୁନି’

କରୋନା ସଙ୍କଟ ମଧ୍ୟରେ ଲୋକମାନେ ଏବେ ବହୁ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି । ଲକ୍‌ଡାଉନ୍‌ ଯୋଗୁ କାମ ଠପ୍‌ ହୋଇଯାଇଥିବାରୁ ଏବେ ଘରମୁହାଁ ହୋଇଛନ୍ତି ପ୍ରବାସୀ। ଘରକୁ ଫେରିବାରେ ସରକାର ସାହାଯ୍ୟ କରୁଥିଲେ ମଧ୍ୟ ପେଟର ଭୋକ କିନ୍ତୁ ବୋଲ ମାନୁନି। ଭୋକ ବିକଳରେ ଲୋକମାନେ ବାଧ୍ୟ ହୋଇ ଚୋରି କରୁଥିବା ଦେଖିବାକୁ ମିଳିଛି। ଏବେ ସେଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଝାନ୍‌ସୀ ରେଳ ଷ୍ଟେସନ୍‌ରେ।

Jhansi 3

ରିପୋର୍ଟ ମୁତାବକ ମଙ୍ଗଳବାର ଦ୍ୱିପ୍ରହରରେ ମୁମ୍ବାଇରୁ ଗୋରଖପୁର ଯାଉଥିବା ଶ୍ରମିକ ଏକ୍ସପ୍ରେସ୍‌ ଝାନ୍‌ସୀ ଷ୍ଟେସନରେ ଅଟକିଥିଲା। ରେଳ ବିଭାଗର କର୍ମଚାରୀ ଏକ ଠେଲା ଗାଡ଼ିରେ ଚିପ୍ସ ପ୍ୟାକେଟ୍‌ ଓ ପାଣି ବୋତଲ ବାଣ୍ଟିବା ପାଇଁ ନେଇ ଯାଉଥିଲେ। ଟ୍ରେନ୍‌ରେ ବସିଥିବା ଏକ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ ଗୋଟିଏ ଲେଖାଏଁ ଚିପ୍ସ ପ୍ୟାକେଟ୍‌ ଓ ପାଣି ଦେବାକୁ ସେମାନେ ଏହି ଖାଦ୍ୟ ନେଉଥିଲେ। କିନ୍ତୁ ଏହି ସମୟରେ ଭୋକ ଜ୍ୱାଳା ସହିନପାରି କିଛି ଶ୍ରମିକ କୋଚ୍‌ରୁ ଓହ୍ଳାଇ ଚିପ୍ସ ପ୍ୟାକେଟ୍‌ ଲୁଟି ନେଇଯାଇଥିଲେ। ମାତ୍ର ୧୦ ସେକେଣ୍ଡ ମଧ୍ୟରେ ଶ୍ରମିକମାନେ ସମସ୍ତ ପ୍ୟାକେଟ୍‌ ଲୁଟି ନେଇ କୋଚ୍‌କୁ ଫେରିଯାଇଥିଲେ।

jhansi2

ଆରପିଏଫ୍‌ କର୍ମଚାରୀମାନେ ଚିପ୍ସ ପ୍ୟାକେଟ୍‌ ଚୋରିକୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ସେମାନଙ୍କ ନିକଟରେ ପିପିଇ କିଟ୍‌ ନଥିବାରୁ ସଂକ୍ରମଣ ଭୟରେ ସେମାନେ କୋଚ୍‌ ଭିତରକୁ ଯାଇନଥିଲେ। ଏଣୁ ଶ୍ରମିକଙ୍କ ନିକଟରୁ ଚିପ୍ସ ପ୍ୟାକେଟ୍‌ ଫେରାଇ ଅଣାଯାଇପାରିନଥିଲା। ତେବେ ଭୋକର ଜ୍ୱାଳା ସହିନପାରି ଶ୍ରମିକମାନେ ଏଭଳି ଚିପ୍ସ ଛଡ଼ାଇ ଆଣିଥିଲେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.