ଶେଷ ହେଲା କୋରେଣ୍ଟାଇନ୍, ଘରକୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ବ୍ରହ୍ମପୁର (କେ ନ୍ୟୁଜ୍): ଏକୋଇଶି ଦିନ କୋରେଣ୍ଟାଇନ୍ ରେ ରହିବା ପରେ ଘରକୁ ବାହାରିଲେ ପ୍ରବାସୀ ଓଡିଆ । ଏହି ଅବସରରେ ଗଂଜାମ ଜିଲ୍ଲା ଶେରଗଡ ଆଦର୍ଶ ବିଦ୍ୟାଳୟ ରେ ହୋଇଥିବା କୋରେଣ୍ଟାଇନ୍ ସେଣ୍ଟର ରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପହଞ୍ଚି ପ୍ରବାସୀ ମାନଙ୍କୁ ଶୁଭେଚ୍ଛା ଜଣାଇ ଯଦି କିଛି ସ୍ବାସ୍ଥ୍ୟ ଖରାପ ଦେଖାଯାଏ ତାହେଲେ ଜଣାଇବା ପାଇଁ କହିଥିଲେ । ଶେରଗଡ ସମେତ ଯେଉଁ କୋରେଣ୍ଟାଇନ୍ ସେଣ୍ଟର କୁ ଆସିଥିବା ପ୍ରବାସୀ ଙ୍କ ଏକୋଇଶି ଦିନ ହୋଇଛି ସେମାନଙ୍କୁ ଘରକୁ ପଠାଯାଇଛି, ଘରକୁ ଗଲା ପରେ ଆଉ ସପ୍ତାହେ ହୋମ୍ କୋରେଣ୍ଟାଇନ୍ ରେ ରହିବା ପାଇଁ ନିର୍ଦ୍ଦେଶ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.